ଟୋୟୋଟା ଫଚ୍ୟୁନର, ଫୋର୍ଡ଼ ଏଡ଼ିବରକୁ ଟକ୍କର ଦେବ ନିସାନ୍ ଟେରା

ନୂଆଦିଲ୍ଳୀ : ନିସାନ୍ ଇଣ୍ଡିଆ ଏବେ ଭାରତରେ ଅଧିକ ମାତ୍ରାରେ ବଢ଼ୁଥିବା ଏସୟୁଭି ମାର୍କେଟ ଉପରେ ଫୋକସ କରୁଛି। କମ୍ପାନୀ ଭାରତରେ ନୂଆ ମହଙ୍ଗା ଏସୟୁଭି ଲଞ୍ଚ କରିବାକୁ ଯାଉଛି ଯାହା ଟୋୟୋଟା ଫଚ୍ୟୁନର, ଫୋର୍ଡ଼ ଏଡ଼ିବରକୁ ଟକ୍କର ଦେବ। ଏହା ନୂଆ ଏସୟୁଭି ନିସାନ ଟେରା ହୋଇପାରେ ବୋଲି ଅନ୍ଦାଜା ଲଗାଯାଉଛି। ଏହାକୁ ଭାରତରେ ଲଞ୍ଚ କରିବା ପୂର୍ବରୁ ଏହାର ମଡ଼େଲରେ କିଛିଟା ପରିବର୍ତ୍ତନ କରାଯିବା ନେଇ କମ୍ପାନୀ ସୂଚନା ଦେଇଛି।

terra

ବର୍ତ୍ତମାନ ନିସାନ ଟେରାକୁ ଦକ୍ଷିଣପୂର୍ବ ଏସିଆରେ ବିକ୍ରି କରାଯାଉଛି। ତେବେ ଭାରତରେ ଲଞ୍ଚ ହେବାକୁ ଥିବା ମଡ଼େଲଟିରେ ଅନେକ ପରିବର୍ତ୍ତନ କରାଯିବ। ଇଣ୍ଟରନ୍ୟାସନାଲ ମଡ଼େଲଟି ୭ଟି ସିଟ୍ ବିଶିଷ୍ଟ ରହିଥିବା ବେଳେ ୨.୫ଲିଟର, ଟର୍ବୋଚାର୍ଜ ଡ଼ିଜେଲ ଇଞ୍ଜିନ ରହିଛି। ଯାହାକି ୧୮୮ବିଏଚପି ପିକ୍ ପାୱରରେ ୪୫୦ଏନଏମର ପିକ ଟ୍ରାକ୍ ଜେନେରେଟ୍ କରିଥାଏ। ଇଞ୍ଜିନର ୬ଟି ସ୍ପିଡ଼୍ ଟ୍ରାକ୍ କନଭର୍ଟର ଅଟୋମେଟିକ୍ ଗିୟରବକ୍ସ ଯୁନିଟ ରହିଛି।

ଭାରତରେ ନିସାନ ଟେରା ଏସୟୁଭିକୁ ସିକେଡ଼ି(completely closed down unit) ଭାବେ ଲଞ୍ଚ କରାଯାଇପାରେ। ତେବେ ଏହାର ମୂଲ୍ୟ ୨୫ଲକ୍ଷ ପର୍ୟ୍ୟନ୍ତ ରହିପାରେ ବୋଲି କୁହାଯାଉଛି। ଏହା ପୂର୍ବରୁ ମଧ୍ୟ ନିସାନ ମହଙ୍ଗା ଏସୟୁଭି ବିକ୍ରି କରିସାରିଛି ଯାହାର ନାମ ଏକ୍ସ-ଟ୍ରେଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.