ହକି ବିଶ୍ୱକପ ପାଇଁ ସହାୟତା ଦେବନି କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ ହେବାକୁ ଥିବା ୨୦୧୮ ହକି ବିଶ୍ୱକପ୍ ଆୟୋଜନ ନେଇ କେନ୍ଦ୍ରୀୟ ଅନୁଦାନ ନାହିଁ । ଏଯାଏଁ କିଛି ବି ଅର୍ଥ ଦେଇ ନାହାନ୍ତି କେନ୍ଦ୍ର ସରକାର । ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା । କେନ୍ଦ୍ରକୁ ତୀବ୍ର ସମାଲୋଚନା କରି ମନ୍ତ୍ରୀ କହିଛନ୍ତି, ବିଶ୍ୱକପ୍ ଭଳି ମେଗା ଇଭେଣ୍ଟ ଆୟୋଜନ କେବଳ ରାଜ୍ୟର ଦାୟିତ୍ୱ ନୁହେଁ । କେନ୍ଦ୍ରର ବି ଦାୟିତ୍ୱ ରହିଛି । ସଂସଦରେ ସାଂସଦ ଝିନ୍ନ ହିକକା ଓଡ଼ିଶାରେ ହେବାକୁ ଥିବା ବିଶ୍ୱକପ୍ ଆୟୋଜନ ପାଇଁ କେତେ ଅନୁଦାନ ମିଳିଛି, ସେ ନେଇ ଜାଣିବାକୁ ଚାହିଁଥିଲେ । ହେଲେ, ଉତ୍ତରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଥିଲେ, ଓଡ଼ିଶାରେ ଆୟୋଜିତ ହକି ବିଶ୍ୱ ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ କୌଣସି ବ୍ୟବବରାଦ ହୋଇନଥିବା କହିଥିଲେ ।