ଆସନ୍ତା ୩୧ ତାରିଖରେ ଜୟପୁରରୁ ଆରମ୍ଭ ହେବ ବିମାନସେବା, ଆରମ୍ଭ ହୋଇଛି ଟିକେଟ ବିକ୍ରି

ଜୟପୁର(କେନ୍ୟୁଜ୍): ଆସନ୍ତା ୩୧ ତାରିଖରେ ଜୟପୁରରୁ ଆରମ୍ଭ ହେବ ବିମାନସେବା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଜୟପୁର ଓ ଭୁବନେଶ୍ୱର ମଧ୍ୟରେ ଆରମ୍ଭ ହେବ ବିମାନସେବା । ଏଥିପାଇଁ ଟିକେଟ ବିକ୍ରି ହୋଇଛି । ଇଣ୍ଡିଆ ଓ୍ଵାନ୍‌ ଏୟାର ପକ୍ଷରୁ ଉଡ଼ିବ ବିମାନ । ପ୍ରତି ଯାତ୍ରୀ ପିଛା ଭଡ଼ା ରହିଛି ୯୯୯ ଟଙ୍କା । ନଭେମ୍ବର ୯ ତାରିଖ ଯାଏ ଟିକେଟ ବୁକିଂ ସରିଥିବା ଜଣା ପଡ଼ିଛି ।

ଗତ ୨୦ ତାରିଖରେ ଜୟପୁର ବିମାନବନ୍ଦରରୁ ଯାତ୍ରାବାହୀ ବିମାନ ଉଡ଼ାଣ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା । ଜୟପୁର ହେବ ରାଜ୍ୟ ମାଲିକାନାରେ ପ୍ରଥମ ଏୟାରପୋର୍ଟ । ୨୦୧୫ରୁ ରାଜ୍ୟ ସରକାରଙ୍କ ଦ୍ୱାରା ଏୟାର ଓଡ଼ିଶା ବିମାନ ସେବା ଯୋଗାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ବନ୍ଦ ହୋଇଥିଲା । ତାପରେ ଉଡାଣ ଯୋଜନାରେ କେନ୍ଦ୍ର ସରକାର ଜୟପୁରକୁ ସାମିଲ କରିଥିଲେ । ୨୦୧୯ରୁ ବିମାନବନ୍ଦର ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.