Below header

କଟକ: ବନ୍ଧୁକ ଡିଲ୍‌ ବେଳେ ମାଡ଼ି ବସିଲା ପୋଲିସ,ଆଲ୍‌ବମ ନିର୍ଦ୍ଦେଶକ ସମେତ ୪ ଜଣ ଗିରଫ

କଟକ(କେନ୍ୟୁଜ୍):  ବନ୍ଧୁକ ଡିଲ୍‌ ବେଳେ ୪ ଗିରଫ। କଟକ ବାଦାମବାଡ଼ି ଅଞ୍ଚଳରେ ବନ୍ଧୁକ ଡିଲ୍‌ ବେଳେ ୪ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କଠାରୁ ୩ଟି ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ ହୋଇଛି। ଗିରଫ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ୪ ଜଣ ଗିରଫଙ୍କ ମଧ୍ୟରେ ଆଲ୍‌ବମ ନିର୍ଦ୍ଦେଶକ ଜିତୁ ରାଉତ ଥିବା ସୂଚନା ରହିଛି।

gun seized

କଟକର ଅନ୍ୟତମ ପେଶାଦାର ଅପରାଧି ନବ ଓରଫ ଜ୍ଞାନ ସାହୁ ବନ୍ଧୁକ କାରବାର କରୁଥିବା ନେଇ, ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ପାଇ ପୋଲିସ ନବକୁ ଧରିଥିଲା। ନବ, ଅନ୍ୟ ୩ ଅଭିଯୁକ୍ତଙ୍କ ବିଷୟରେ ପୋଲିସକୁ ସୂଚନା ଦେଇଥିଲା। ବନ୍ଧୁକ ବେପାରୀଙ୍କ ଠାରୁ ଜିତୁ ୪ଟି ବନ୍ଧୁକ କିଣଇ ସେଗୁଡ଼ିକୁ ବିଭିନ୍ନ ଲୋକଙ୍କୁ ବିକ୍ରି କିଥିବା ନେଇ ପୋଲିସ ପାଖରେ ସୂଚନା ଥିଲା। ରେଡେ ସମୟରେ ଜିତୁ ପାଖକୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.