Below header

ଶିରିଡିରେ ୭ ଅକ୍ଟୋବରରୁ କରନ୍ତୁ ସାଇ ବାବାଙ୍କୁ ଦର୍ଶନ, କରିବାକୁ ହେବ ଏହି ନିୟମଗୁଡ଼ିକର ପାଳନ

ଦେଶରେ କରୋନା ସଂକ୍ରମଣର ସ୍ଥିତି କାବୁ ହେବା ପରେ କୋଭିଡ ଗାଇଡ୍‌ଲାଇନ ମଧ୍ୟରେ ଜନଜୀବନ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏଭଳି ପରିସ୍ଥିତିରେ ସାଇ ଭକ୍ତଙ୍କ ଅପେକ୍ଷାର ମଧ୍ୟ ଅନ୍ତ ଘଟିବାକୁ ଯାଉଛି। ବାସ୍ତବରେ, ସାଇ ବାବାଙ୍କ ଭକ୍ତମାନେ ଆସନ୍ତା ଅକ୍ଟୋବର ୭ରୁ ମହାରାଷ୍ଟ୍ରର ବିଶ୍ୱ ପ୍ରସିଦ୍ଧ ଶିରିଡି ସାଇ ମନ୍ଦିରରେ ନିଜ ଆରାଧ୍ୟଙ୍କୁ ଦର୍ଶନ କରି ପାରିବେ ।

ନବରାତ୍ରିର ପ୍ରଥମ ଦିନରେ ଭକ୍ତମାନେ ସାଇ ବାବାଙ୍କ ଦର୍ଶନ ପାଇପାରିବେ । ସାଇ ବାବା ମନ୍ଦିର ଟ୍ରଷ୍ଟ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ୭ ତାରିଖରୁ ଭକ୍ତମାନେ ନିର୍ଦ୍ଦିଷ୍ଟ ନିୟମ ସହିତ ସାଇ ମନ୍ଦିରରେ ପ୍ରବେଶ କରିବେ । ନିଷ୍ପତ୍ତି ଅନୁଯାୟୀ, ପ୍ରତିଦିନ ୧୫,୦୦୦ ଭକ୍ତଙ୍କୁ ପ୍ରବେଶ ମିଳିବ। ମନ୍ଦିର ପ୍ରଶାସନ ଭକ୍ତମାନଙ୍କ ପାଇଁ ୫ ହଜାର ପେଡ୍ ପାସ୍ ଏବଂ ୫ ହଜାର ଅନଲାଇନ ଓ ୫ ହଜାର ଅଫଲାଇନ୍ ପାସ୍ ସୁବିଧା ଯୋଗାଇ ଦେବ । ଏଠାରେ ପ୍ରତି ଘଣ୍ଟାରେ ୧୧୫୦ ଭକ୍ତ ସାଇ ମନ୍ଦିରରେ ପ୍ରବେଶ କରିପାରିବେ ।

ପ୍ରତ୍ୟେକ ଆଳତି ପାଇଁ କେବଳ ୯୦ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ। ଭକ୍ତମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ମନ୍ଦିରରେ ୨ ନମ୍ବର ପ୍ରବେଶ ଦ୍ୱାରରୁ ଆସିବା ଏବଂ ୪ ଓ ୫ ନମ୍ବରରୁ ବାହାରକୁ ଯିବାର ସୁବିଧା ଦିଆଯାଇଛି। ମନ୍ଦିରର କିଛି କୋଠରୀ ବନ୍ଦ ରହିବ ଏବଂ କିଛି ଖୋଲା ରହିବ। ଧ୍ୟାନ ମନ୍ଦିର ଓ ପାରାୟଣ କୋଠରୀ ବନ୍ଦ ରହିବ । ଏହା ସହିତ ମନ୍ଦିର ଦର୍ଶନ, ଆବାସ ବ୍ୟବସ୍ଥା, ଭୋଜନାଳୟ, ଅନଲାଇନ୍-ଅଫଲାଇନ୍ ସିଷ୍ଟମ୍ ଏବଂ ମନ୍ଦିରର ଦୈନିକ କାର୍ଯ୍ୟକ୍ରମ ଜାରି ରହିବ । ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ବୟସର ପିଲା ଏବଂ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.