Below header

ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଜିଠୁ ଆରମ୍ଭ କ୍ଲାସ ରୁମ୍‌ ପାଠପଢା

ଭୁବନେଶ୍ବର(କେନ୍ଯୁଜ୍): ଉଚ୍ଚଶିକ୍ଷା ଅଧିନରେ ଥିବା ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଜିଠୁ ଆରମ୍ଭ ହେଉଛି କ୍ଲାସ ରୁମ୍‌ ପାଠପଢା । ୟୁଜିର ଦ୍ଵିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ । ଯୁକ୍ତ ୩ ଦ୍ଵିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷ ପିଲାଙ୍କ ପାଇଁ ୧୪ ତାରିଖରୁ ହଷ୍ଟେଲ ଖୋଲିଯାଇଛି ।

ପିଲାଙ୍କ ସେମିଷ୍ଟର ପରୀକ୍ଷା କିଭଳି ହେବ ତାଉପରେ ଗୁରୁତ୍ୱ ଦିଆଯିବ । କଲେଜ ଗୁଡିକ ସେମାନଙ୍କ ସୁବିଧା ଅନୁସାରେ ପରୀକ୍ଷା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । କରୋନା କଟକଣା ମଧ୍ୟରେ ହେବ ପାଠପଢ଼ା। ସରକାରୀ ଶିକ୍ଷାନୁଷ୍ଠାନ ସହ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ କଟକଣା କଡାକଡି ଭାବେ ପାଳନ କରିବାକୁ ବିଭାଗ ପକ୍ଷରୁ ନିଦ୍ଦେର୍ଶ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.