ଆଜି ରାଜ୍ୟରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଆଜି ରାଜ୍ୟରେ ସର୍ବଦଳୀୟ ବୈଠକ ବସିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ଏହି ବୈଠକ ହେବ । ଏଥିରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଯୋଗଦେବେ । ଭୋଟର ତାଲିକା ସଂଶୋଧନ, ଇଭିଏମ୍ ଓ ଭିଭିପାଟ୍ ସିଷ୍ଟମ୍ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ଗତ ସୋମବାର ଦିନ ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କିଛି ବିରୋଧୀ ଦଳ ଭିଭିପାଟ୍ ସିଷ୍ଟମ୍କୁ ବିରୋଧ କରିଥିଲେ । ହେଲେ ବିଜେଡି ଏହାକୁ ସମର୍ଥନ ଜଣାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.