ଅନ୍‌ଲକ୍‌-୩ରେ ସବୁ ଖୋଲିଗଲା, ଏବେ ଫୁଲ୍ ବୋବାଲ୍ !

ଅନ୍‌ଲକ୍‌-୩ । ଏଥିରେ ପ୍ରାୟ ସବୁ କଟକଣାକୁ କୋହଳ କରି ଦେଇଛନ୍ତି ରାଜ୍ୟ ସରକାର । କେବଳ କର୍ଫ୍ୟୁ ରହିଛି ରାତିରେ । ତାହା ପୁଣି ରାତି ୯ଟାରୁ ସକାଳ ୫ଟା ଯାଏ । ହେଲେ ଆଜି ଦିନରେ ଯଦି ଆପଣ ବଜାର ଘାଟ ଯିବେ ତେବେ ଜାଣିବାକୁ ପାଇବେ ଯେ ସବୁ ଯେମିତି ସ୍ୱାଭାବିକ ହୋଇଯାଇଛି । କରୋନାକୁ ଯେମିତି ବେଶ୍ କିଛି ଲୋକ ଭୁଲି ଗଲେଣି ।
ଅବଶ୍ୟ ଅନେକଙ୍କ ମୁହଁ ଅଧା ଦେଖାଯାଉଛି ମାସ୍କ ଯୋଗୁଁ । କେତେକ ଅମାନିଆ ତ ମୁହଁ ଦେଖାଇବା ଚକ୍କରରେ ମାସ୍କ ପିନ୍ଧୁ ହିଁ ନାହାନ୍ତି । ଯୁବ ପିଢ଼ିର ଏ ଉଶୃଙ୍ଖଳତା ହୁଏତ ସମସ୍ତଙ୍କୁ ଭାରି ପଡ଼ିପାରେ। କାରଣ କରୋନା ଭାଇରସ୍ ଏବେବି ରହିଛି ଓ ଆଗାମୀ ସମୟରେ ବି ରହିବ । ଖାଲି ଜଗିବା ଓ ସତର୍କତା ରହବା ଆମର କାମ ।

ଚାରି ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିବା ପରେ ଆଜି ରାଜଧାନୀରେ ଖୋଲିଛି ମଲ୍ । ପରିବା ଏବଂ ଗ୍ରୋସରୀ ଦୋକାନକୁ ଛାଡ଼ି ଲକ୍‌ଡାଉନ୍‌ରେ ବନ୍ଦ ରହିଥିବା ଅନ୍ୟ ସବୁ ଦୋକାନରୁ ମଧ୍ୟ ସଟର୍ ଉଠିଛି । ତେଣୁ ବଜାରରେ ଭିଡ଼ ହେବା ସ୍ୱାଭାବିକ । ହେଲେ ଏଇ ଭିଡ଼ ଓ ତା ଭିତରେ ଅସାବଧାନତା ସରକାରଙ୍କ ସବୁ କଟକଣାକୁ ଆଡ଼େଇ ଦେବ । ଆଉ ଯଦି ସତର୍କ ନରହିବା ତେବେ ବସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ।

ଆଉ ଯଦି ଆମେ କୌଣସି କଥାକୁ ପରଓ୍ଵା କରିବୁନି ତେବେ ତ କିଛି ବି କଟକଣା ଆମ ପାଇଁ କାମ କରିବନି । ଅନେକ ଦିନ ତ ସରକାର ଜଗିଲେ । ଏବେ ଆମେ ଟିକେ ନିଜକୁ ନିଜେ ଜଗିଲେ ଭଲ ହେବ । ନହେଲେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ଜେଲ୍‌ଖାନାରେ ଆମକୁ ପୁଣି ସଢ଼ିବାକୁ ପଡ଼ିବ । ଟିକେ ସାମାଜିକ ଦୂରତା, ମୁହଁରେ ନିୟମିତ ମାସ୍କ ଏବଂ ହାତଧୁଆ ପଦ୍ଧତିକୁ ଆମେ ନିଜ ଜୀବନଚର‌୍ୟ୍ୟାରେ ସାମିଲ କରି ସାରିଛନ୍ତି । ତେଣୁ ଡର କାହିଁକି ଓ କାହାକୁ?

ତେବେ ଆପଣ ସିନା ମଉଜ କରିବେ ହେଲେ ଆପଣଙ୍କ ଘରେ ରହୁଥିବା ପିଲା ଓ ବୟସ୍କଙ୍କ ପାଇଁ ଆପଣ ନିଜେ ଶତ୍ରୁ ପାଲଟି ଯିବେ । ଅନ୍ତତଃ ଭ୍ୟାକସିନ୍ ବାହାରିବା ଯାଏ ଟିକେ ଧୈର‌୍ୟ୍ୟ ଧରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.