ସାମ୍ନାକୁ ଆସିଲା ରାମ ମନ୍ଦିର ଭୂମି ପୂଜନ କାର୍ଡ, ମୋଦିଙ୍କ ସହିତ ରହିଛି ଏହି ୩ ଜଣଙ୍କ ନାମ

ରାମ ମନ୍ଦିର ଭୂମିପୂଜନର କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ଭୂମିପୂଜନ ପାଇଁ ୩ ଦିନ ପର୍ଯ୍ୟନ୍ତ ଚାଲିଥିବା ଅନୁଷ୍ଠାନର ଆରମ୍ଭ ଆଜି ବୈଦିକ ମନ୍ତ୍ର ସହିତ ହୋଇଛି ଭୂମିପୂଜନ ପାଇଁ ୩ ଦିନ ପର୍ଯ୍ୟନ୍ତ ଚାଲିଥିବା ଅନୁଷ୍ଠାନର ଆରମ୍ଭ ଆଜି ବୈଦିକ ମନ୍ତ୍ର ସହିତ ଆରମ୍ଭହୋଇଛି। ଭୂମିପୂଜନ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇ ସାରିଛି। ୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭମୁହୂର୍ତ୍ତର ଠିକ୍ ୧୨ ଟା ୧୫ ମିନିଟ୍ ୧୫ ସେକେଣ୍ଡ ପରେ ୩୨ ସେକେଣ୍ଡ ଭିତରେ ମନ୍ଦିରର ପ୍ରଥମ ଇଟା ରଖିବେ।

ଅଯୋଧ୍ୟା ଭୂମି ବିବାଦ ମାମଲାରେ ପକ୍ଷକାର ଥିବା ଇକବାଲ ଅନସାରୀଙ୍କୁ ମଧ୍ୟ ଭୂମି ପୂଜନ ପାଇଁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିଶିଷ୍ଟ ଅତିଥି ଭାବେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ରହିଛି।

ram

ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଐତିହାସିକ ଭୂମି ପୂଜନକୁ ନେଇ ଅଯୋଧ୍ୟାରେ ଉତ୍ସବ ମନାଯିବ। ଏହି ଆୟୋଜନକୁ ନେଇ ସବୁ ଧର୍ମର ଲୋକଙ୍କ ମଧ୍ୟରେ ଏକ ଖୁସିର ବାତାବରଣ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.