ନେହା କକ୍କର ଭାଇ ଟୋନି କକ୍କରଙ୍କୁ ରାକ୍ଷୀ ବାନ୍ଧି ଦେଲେ ବହୁତ ସୁନ୍ଦର ଗିଫ୍ଟ, ଦେଖନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓ

ଭାଇ ଓ ଭଉଣୀର ପର୍ବ ରାକ୍ଷୀକୁ ପୂରା ଦେଶ ବହୁ ଧୂମଧାମରେ ପାଳନ କରୁଛି। ବଲିଉଡ୍‌ କଳାକାରମାନେ ମଧ୍ୟ ଏହି ପର୍ବକୁ ନେଇ ବହୁତ କ୍ରେଜ୍‌ ଦେଖିବାକୁ ମିଳିଛି। ରକ୍ଷାବନ୍ଧନର ଏହି ଖାସ୍‌ ମଉକାରେ ବଲିଉଡର ଚର୍ଚ୍ଚତ ସିଙ୍ଗର ନେହା କକ୍କରଙ୍କ ଏକ ଭିଡିଓ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ଯେଉଁଥିରେ ସେ ତାଙ୍କ ଭାଇ ଟୋନି କକ୍କରଙ୍କୁ ରାକ୍ଷୀ ବାନ୍ଧୁଥିବା ଦେଖିବାକୁ ମିଳୁଛି।


ଏହି ଭିଡିଓରେ ନେହା ନିଜର ଭାଇଙ୍କୁ ଏକ ଖାସ୍‌ ଗିଫ୍ଟ ମଧ୍ୟ ଦେଉଛନ୍ତି। ନେହା ଟୋନିଙ୍କୁ ରାକ୍ଷୀ ପିନ୍ଧାଇ ଏକ ବହୁତ ସୁନ୍ଦର ଘଣ୍ଟା ଗିଫ୍ଟ କରୁଛନ୍ତି। ଯାହାକୁ ଦେଖି ଟୋନି କକ୍କର ବହୁତ ହି ଖୁସି ହୋଇଯାଉଛନ୍ତି। ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଏବେ ପଯ୍ୟର୍ନ୍ତ ପାଞ୍ଚ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ନେହା ଏହି ଭିଡିଓକୁ ସେୟାର କରି ନିଜ ଫ୍ୟାନ୍ସଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ମଧ୍ୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.