ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର(କେ ନ୍ୟୁଜ): ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି । ମେ’ ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି । ମେ’ ୨ ତାରିଖ ଯାଏଁ ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଭାଗ ତରଫରୁ ଏହି ନିଷ୍ପତି ନିଆଯାଇଥିବା ନେଇ ସୂଚନା ମିଳିଛି । କ୍ଲାସ ବନ୍ଦ ରହିଲେ ମଧ୍ୟ ଚାଲିଥିବା ପରୀକ୍ଷା ସେହିପରି ଚାଲୁ ରହିବ । ସୂଚନା ଦେଇରଖୁଛୁଯେ ପୂର୍ବରୁ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବା ନେଇ ଘୋଷଣା କରାଯାଇଥିଲା । ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.