ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଚାମ୍ପିଅନ ହେଲା କିଟ୍‌ ବିଶ୍ୱବିଦ୍ୟାଳୟର ମହିଳା ଭାରୋତ୍ତୋଳନ ଟିମ୍‌

ଭୁବନେଶ୍ୱର(କେନ୍ୟୁଜ୍) :  ବେଙ୍ଗାଲୁରର ଜୈନ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ କିଟ୍‌ ବିଶ୍ୱବଦ୍ୟାଳୟର ମହିଳା ଭାରୋତ୍ତୋଳନ ଟିମ୍‌ ଚାମ୍ପିଅନ ହୋଇଛି। ଏହାପୂର୍ବରୁ କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ର ପୁନିତ ଚନ୍ଦ୍ର ସାହୁ ପୁରୁଷ ୯୬ କେଜି ବର୍ଗରେ ୨୮୫ କେଜି ଉଠାଇ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି।

୪୯ କେଜି ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସ୍ନାଚ ଇଭେଣ୍ଟରେ ସ୍ନେହା ୬୯ କେଜି ଭାରୋତ୍ତୋଳନ କରିଥିବା ବେଳେ କ୍ଲିନ୍‌ ଓ ଜର୍କ ଇଭେଣ୍ଟରେ ୯୨ କେଜି ସହ ମୋଟ ୧୬୧ କେଜି ଭାରୋତ୍ତୋଳନ କରିଥିଲେ । ସ୍ନେହାଙ୍କ ସଫଳତା ପାଇଁ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁନିତଙ୍କୁ କିଟ୍-କିସ୍ ମୁଖ୍ୟ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ପୁନିତଙ୍କ କାଂସ୍ୟ ସହ ଓଡ଼ିଶାର ପଦକ ସଂଖ୍ୟା ତୃତୀୟ ଦିନ ସୁଦ୍ଧା ୬ (୧ ସ୍ୱର୍ଣ୍ଣ, ୩ ରୌପ୍ୟ, ୨ କାଂସ୍ୟ)ରେ ପହଞ୍ଚିଛି। ପୂର୍ବରୁ ଭରୋତ୍ତୋଳନରେ ସ୍ନେହା ସୋରେନ୍ ସ୍ୱର୍ଣ୍ଣ, ପ୍ରମିଳା କିର୍ସାନି ଓ ମୋତି ଜାନି ରୌପ୍ୟ ଏବଂ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଥିଲା ବେଳେ ପ୍ରତ୍ୟାଶା ରାୟ ସନ୍ତରଣରେ ରୌପ୍ୟ ପଦକ ଜିତିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.