ଗଞ୍ଜାମ: ଦାୟିତ୍ୱରେ ଥିବା ସରପଞ୍ଚଙ୍କୁ ମାଡ଼ ମାରିଲେ ପୋଲିସ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଭଞ୍ଜନଗର: ପୋଲିସର ଦବଙ୍ଗଙ୍ଗିରି । ପୁଣି ଥରେ ଆଇନକୁ ହାତକୁ ନେଇଛି ପୋଲିସ । ପଦ ମର୍ଯ୍ୟାଦାକୁ ବେଖାତିର କରି ହାତ ଉଠାଇଛନ୍ତି ପୋଲିସ କର୍ମୀ । ଦାୟିତ୍ୱରେ ଥିବା ସରପଞ୍ଚଙ୍କୁ ମାଡ଼ ମାରିଛି ପୋଲିସ । ହଁ ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୁର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା ପଞ୍ଚାୟତରେ । ସରପଞ୍ଚ ସୁନୀଲ କୁମାର ପଳାଇଙ୍କୁ କବିସୂର୍ଯ୍ୟନଗର ଥାନାର କିଛି ପୋଲିସ କର୍ମଚାରୀ ମାଡ଼ ମାରିଥିବା ନେଇ ଅଭିଯୋଗ ଆସିଛି । ଏନେଇ ସରପାଞ୍ଚଙ୍କ ସମେତ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ସମ୍ପୃକ୍ତ ଗାଁରେ ଧାରଣାରେ ବସିବା ସହ ରାସ୍ତା ଅବରୋଧ କରିଛନ୍ତି ।

ଏହି କାରଣରୁ ଆସିକା- ଭୁବନେଶ୍ୱର ରାସ୍ତାରେ ଯାନବାହାନ ଚଳାଚଳ ଏକ ପ୍ରକାର ବନ୍ଦ ରହିଛି । ଖବର ପାଇ ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ଥାନା ଅଧିକାରୀ ଓ ପୁରୁଷୋତ୍ତମପୁର ଏସ୍ଡିପିଓ ପହଂଚି ଧାରଣାରେ ବସିଥିବା ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହ ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.