ଗ୍ରେଡ଼ ପେ ଓ ଲେବୁଲ ବୃଦ୍ଧି ଦାବି : ଆଜିଠୁ ସମୂହ ଛୁଟିରେ ଅମଲା ସଙ୍ଘ

ଆଜିଠାରୁ ରାଜ୍ୟରେ ଅମଲା ସଙ୍ଘର ସମୂହ ଛୁଟି। ଗ୍ରେଡ଼ ପେ ଲେବୁଲ ୯ ଦାବିରେ ଅର୍ନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ କରିଛନ୍ତି। ୩୦ ଟି ଯାକ ଜିଲ୍ଲାର ଅମଲା ଏଥିରେ ହୋଇଛନ୍ତି ସାମିଲ। ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ଆଜିଠାରୁ ରାଜ୍ୟରେ ଅମଲା ସଙ୍ଘର ସମୂହ ଛୁଟି। ଲେବୁଲ ୯ ଦାବିରେ ଅର୍ନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ କରିଛନ୍ତି। ୩୦ ଟି ଯାକ ଜିଲ୍ଲାର ଅମଲା ଏଥିରେ ହୋଇଛନ୍ତି ସାମିଲ। ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସରକାର ଦାବୀ ନ ମାନିବା ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି କହିଛନ୍ତି ସଙ୍ଘର ଜିଲ୍ଲା ସଭାପତି ଦେବେନ୍ଦ୍ର ନାଥ ପାତ୍ର।

ସେପଟେ ବିଭିନ୍ନ ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ ଅଫିସ, ବ୍ଲକ ଅଫିସ ଭଳି ୩୮ ଟି ବିଭାଗର ଅଫିସ କାମ ପ୍ରଭାବିତ ହୋଇଛି। ରାଜ୍ୟ ସରକାର ଅମଲାମାନଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ ଆଣି ଏହାକୁ ଯୁକ୍ତ ତିନି କରିଥିଲେ ମଧ୍ୟ ତଦନୁଯାୟୀ ଦରମା ବୃଦ୍ଧି କରିନାହାଁନ୍ତି। ଏନେଇ ଦୀର୍ଘ ଦିନ ଧରି ଦାବୀ ହୋଇ ଆସୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାଁନ୍ତି। ଏହାର ପ୍ରତିବାଦରେ ରାଜ୍ୟର ସମସ୍ତ ଅମଲା ଗତ ୨୨ ତାରିଖରୁ କଳାବ୍ୟାଜ ପରିଧାନ କରି ପ୍ରତିବାଦ ଜଣାଇଥିଲେ। ଏହା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଇନଥିଲେ ଯାହା ଦ୍ୱାରା ରାଜ୍ୟରେ ଅମଲା ସଙ୍ଘସମୂହ ଛୁଟି କରିଛନ୍ତି।