Below header

ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏ ସଙ୍କଟ ମୋଚନ ପୀଠର କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା

ଟାଙ୍ଗି (କେନ୍ୟୁଜ) : ଏଠୁ ଖାଲି ହାତରେ ଯାଏନି ଭକ୍ତ। ମାନସିକ ରଖିଲେ ପୂରା ହୁଏ ମନସ୍କାମନା। ଖୋରଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭୁବନେଶ୍ୱରରୁ ବ୍ରହ୍ମପୁର ଆଡ଼କୁ ଗଲା ବେଳେ ନାଚୁଣି ଛକ ଆସିବ। ଛକ ଆରମ୍ଭରେ ରାସ୍ତାର ବାମପଟକୁ ଏକ ବିରାଟ ତୋରଣ ଦେଖିବାକୁ ମିଳେ। ଯେଉଁଠାରୁ ହରିପୁର ଶାସନ ପ୍ରତାପେଶ୍ୱର ଦେବଙ୍କ ନିକଟକୁ ରାସ୍ତା। ସେହି ବାଟ ଦେଇ କିଛି ବାଟ ଗଲାପରେ ବାମପାର୍ଶ୍ଵରେ ଘଂଚ ଜଙ୍ଗଲ ମଧ୍ୟକୁ ଏକ ଅଙ୍କାବଙ୍କା ମାଟି ରାସ୍ତା ଲମ୍ବି ଯାଇଛି, ସଙ୍କଟମୋଚନ ଆଙ୍ଗୁଠିଖାଇ ପୀଠକୁ।

ଲୋକଙ୍କ କହିବା କଥା ପ୍ରାୟ ୫୦୦ ବର୍ଷ ପୁରୁଣା, ରାଜା ପ୍ରତାପ ରୁଦ୍ର ଦେବଙ୍କ ଦ୍ଵାରା ଏଠାରେ ଜନବସତି ଗଢ଼ି ଉଠିଥିଲା। ଯାହାର ନାଁ କିଛି ଲୋକ ରେଗଡିଗଡ଼ କହୁଥିବା ବେଳେ ଆଉ କିଛି ଏହାକୁ ଓଲମଗଡ଼ ବୋଲି କୁହନ୍ତି। ସେହି ଗଡ଼ର ଆରାଧ୍ୟ ଥିଲେ ସଙ୍କଟ ମୋଚନ ଆଙ୍ଗୁଠି ଖାଇ। କାଳକ୍ରମେ ଏଠାରୁ ଜନବସତି ଲୋପ ପାଇ ଯାଇଥିଲା। ଏଠାରେ ସ୍ଥାନୀୟ ଲୋକମାନେ ଖନନ କରି ବହୁ ପ୍ରାଚୀନ ମୂର୍ତ୍ତି, ମାଟିପାତ୍ର, କଳସୀ, ତ୍ରିଶୂଳ, ମାଟି ଦୀପ ଏମିତି ଅନେକ ସାମଗ୍ରୀ ପାଇଛନ୍ତି। ତେଣୁ ଯାହା ଶୁଣା କଥା ଥିଲା ତାହା ସତ ପ୍ରମାଣିତ ହୋଇଛି। ଏଠାକୁ ଆସି ଯିଏ ଯାହା ମାନସିକ କରିଯାଇଥାଏ, ତାର ମାନସିକ ନିଶ୍ଚିତ ଭାବରେ ପୂରଣ ହୁଏ ବୋଲି ସେଠାକାର ପୂଜକ ଓ ଶ୍ରଦ୍ଧାଳୁଙ୍କ ମୁହଁରୁ ଶୁଣିବାକୁ ମିଳେ।

ଏହି ଲୁକାୟତ ଐତିହାସିକ ପୀଠର ବିକାଶ ପାଇଁ ସରକାର ଦୃଷ୍ଟି ଦେଲେ ନିଶ୍ଚିତ ଭାବରେ ଏକ ଭଲ ପର୍ଯ୍ୟଟନ ଓ ତୀର୍ଥ ସ୍ଥଳୀ ଭାବେ ଖ୍ୟାତି ଅର୍ଜନ କରି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.