Below header

ଯନ୍ତ୍ରଣାରେ ଜର୍ଜରିତ ହେଉଥିଲେ ବର୍ଷିୟାନ ଅଭିନେତ୍ରୀ ବିନୋଦିନୀ ଦେବୀ, ଖବର ପାଇ ସାହାଯ୍ୟର ହାତ ବଢାଇଲେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ 

କଟକ(କେନ୍ୟୁଜ୍): ଓଡ଼ିଆ ସିନେ କଳାକାର ବିନୋଦିନୀ ଦେବୀଙ୍କ ଅଣ୍ଟା ଅପରେସନ ପାଇଁ ଅର୍ଥ ପ୍ରତିବନ୍ଧକ ସାଜୁଥିବା ଖବର ପାଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତାଙ୍କୁ ଭେଟି ଏକ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରାଶି ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ ଅଣ୍ଟି ଛୁରୀ ତଣ୍ଟି କାଟେ, ଶେଷ ଶ୍ରାବଣ ଭଳି ଅନେକ ସୁପରହିଟ ଓଡ଼ିଆ ସିନେମାରେ ଅଭିନୟ କରିଥିବା ବର୍ଷୀୟାନ ଅଭିନେତ୍ରୀ ବିନୋଦିନୀ ଦେବୀ ଦୁର୍ଘଟଣାର ଶିକାର ହୋଇ ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କୁ ଭେଟି ବିଭାଗ ପକ୍ଷରୁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କଟକ ସିଡିଏ ସେକ୍ଟର ୧୦ ସ୍ଥିତ ତାଙ୍କ ଝିଅ ଜ୍ବାଇଁଙ୍କ ବାସଭବନରେ ଭେଟି ଆର୍ଥିକ ସହାୟତା ଯୋଗାଇଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଉପ ନିର୍ଦ୍ଦେଶକ ସନ୍ତୋଷ ଚାଟାର୍ଜୀ, କଟକ ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.