ଶନିଙ୍କ ଉପାୟ ପାଇଁ କାଲି ବନୁଛି ଉତ୍ତମ ସଂଯୋଗ, ନିଜ ରାଶିରେ ରହିବେ ଏହି ଦୁଇ ଗ୍ରହ

ଶନିଙ୍କ ରାଶି ପରିବର୍ତ୍ତନ ହୋଇ ସାରିଛି । ଶନିଦେବ ଏବେ ନିଜ ରାଶି କୁମ୍ଭରେ ଅବସ୍ଥାନ କରିଛନ୍ତି । ଏଠାରେ ସେ ମଙ୍ଗଳ ଗ୍ରହ ସହ ସଂଯୁକ୍ତ ହୋଇଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଶନି ଓ ମଙ୍ଗଳଙ୍କ ସଂଯୋଗକୁ ବହୁତ ଭଲ କୁହାଯାଇନଥାଏ । ଜୀବନରେ ଏହି ସଂଯୋଗ ଶୁଭ ଫଳ ପ୍ରଦାନ କରିନଥାଏ । କୁହାଯାଏ କୁଣ୍ଡଳୀରେ ଯେବେ ଏହି ସ୍ଥିତି ବନିଥାଏ ଅଚାନକ ହାନୀର ଆଶଙ୍କା ବଢ଼ିଯାଇଥାଏ ।

ଏହି ଦୁଇ ଗ୍ରହଙ୍କର ନକରାତ୍ମକ ପ୍ରଭାବ ଯେପରି ନପଡ଼ିବ ସେଥିପାଇଁ ଶନିବାର ଦିନ ଅଶୁଭତ୍ୱ ଦୂର କରିବା ପାଇଁ ଉତ୍ତମ ସଂଯୋଗ ସୃଷ୍ଟି ହେଉଛି । ଶନିବାର ଦିନ ଶନିଦେବଙ୍କ ପୂଜା କରିବା ଶୁଭ ମନାଯାଇଥାଏ । ତେଣୁ ଶନି ଦେବଙ୍କ ଦୋଷ ଦୂର କରିବା ପାଇଁ ୭ ମଇକୁ ଶନିଦେବଙ୍କ ପୂଜା ପାଇଁ ବିଶେଷ ଯୋଗ ହେଉଛି ।

୭ ମଇରେ କ’ଣ ବିଶେଷ ଯୋଗ :

ପଞ୍ଚାଙ୍ଗ ଅନୁସାରେ ୭ ମଇ ୨୦୨୨ ଶନିବାର ଦିନ ଶୁକ୍ଳ ପକ୍ଷ ଷଷ୍ଠି ତିଥି ପଡ଼ୁଛି । ଏଥିସହିତ ୭ ମଇରେ ଚନ୍ଦ୍ରମା କର୍କଟ ରାଶି ପୁନର୍ବସୁ ନକ୍ଷତ୍ରରେ ରହିବେ । ପୁନର୍ବସୁ ନକ୍ଷତ୍ରର ସ୍ୱାମୀ ଦେବ ଗୁରୁ ବୃହସ୍ପତି । ଏହି ଦିନ ନିଜ ରାଶିରେ ଅବସ୍ଥାନ କରିବେ । ଗୁରୁ ୭ ମଇକୁ ମୀନ ରାଶିରେ ଅବସ୍ଥାନ କରିବେ । ଶନି ଓ ଗୁରୁ ଉଭୟେ ନିଜ ରାଶି ବା ନିଜ ଘରେ ଅବସ୍ଥାନ କରୁଥିବାରୁ ଗ୍ରହର ଶକ୍ତି ବୃଦ୍ଧି ହୋଇଥାଏ ଓ ଏଠାରେ ଶୁଭ ଫଳ ପ୍ରଦାନ କରିଥାନ୍ତି ।

ଶନି ଦେବଙ୍କ ଉପାୟ :

୧. ଶନି ମନ୍ଦିରରେ ଶନିଦେବଙ୍କ ପୂଜା କରନ୍ତୁ ।

୨. ଶୋରିଷ ତେଲ ଓ ରାଶି ତେଲ ଚଢ଼ାନ୍ତୁ ।

୩. ଶନି ମନ୍ତ୍ର ଓ ଶନି ଚାଳିଶା ପାଠ କରନ୍ତୁ ।

୪. କଳା ରଂଗର ଛତା ଦାନ କରିବା ଉଚିତ୍‌ ।

୫. ରୋଗୀଙ୍କର ସେବା କରିବା ଉଚିତ୍‌ ।

ଏହି କାମ କରିବା ଦ୍ୱାରା ଶନିଦେବ ହୋଇଥାନ୍ତି ଭୟଙ୍କର :

୧. ମିଛ କହିବା ।

୨. କ୍ରୋଧ କରିବା ।

୩. ପରିଶ୍ରମ କରୁଥିବା ଲୋକଙ୍କୁ ଅପମାନ କରନ୍ତୁ ନାହିଁ ।

୪. ଅନ୍ୟକୁ ହାନି ପହଞ୍ଚାଇବା ପାଇଁ ଧନର ପ୍ରୟୋଗ କରନ୍ତୁ ନାହିଁ ।

୫. ବିବାଦ ଓ ମାନସିକ ଚାପ ସ୍ଥିତି ଠାରୁ ଦୂରରେ ରୁହନ୍ତୁ ।

୬. ଭାଷା ଖରାପ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.