Below header

କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିିତି ଅନୁଧ୍ୟାନ କଲେ ଆମିକସ କ୍ୟୁରୀ, ଐତିହ୍ୟର ସୁରକ୍ଷା ପାଇଁ ଖୁବ ଶୀଘ୍ର ହେବ ବୈଠକ

ଗୋପ(କେନ୍ୟୁଜ୍): କୋଣାର୍କର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରର ସ୍ଥିିତି ଅନୁଧ୍ୟାନ କରିଛନ୍ତି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଏନ.କେ.ମହାନ୍ତି । ବିଶେଷକରି ସୂର୍ଯ୍ୟମନ୍ଦିରରେ ପାଣି ଜମିବା, ମନ୍ଦିର ଗର୍ଭଗୃହରୁ ବାଲି କାଡିବା, ସୂର୍ଯ୍ୟ ମନ୍ଦିରରୁ ଲୁଣି ପବନରୁ ସୁରକ୍ଷା ଦେବା ପାଇଁ ବୃକ୍ଷ ରୋପଣ କରିବା ଆଦି ସମସ୍ୟା ନେଇ ଦେଢ ଘଣ୍ଟା ଧରି ଅନୁଧ୍ୟାନ କରିଥିଲେ । ଐତିହ୍ୟର ସୁରକ୍ଷା ପାଇଁ ଏ.ଏସ.ଆଇ ଓ ଷ୍ଟିୟରିଂ କମିଟି ମଧ୍ୟରେ ଖୁବ ଶୀଘ୍ର ବୈଠକ ହେବ ବୋଲି ଆମିକସ କ୍ୟୁରୀ ସୂଚନା ଦେଇଛନ୍ତି । ଏହି ଅବସରରେ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଏନ.ସି.ପାଲ ଓ ପ୍ରତ୍ନତତ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.