ଯଦି କ୍ୟାଲସିୟମ ଏବଂ ଭିଟାମିନ ଔଷଧ ଏକାସାଥିରେ ଖାଉଛନ୍ତି ତେବେ ହୋଇଯାନ୍ତୁ ସତର୍କ

ଆମ ଶରୀର ପାଇଁ କ୍ୟାଲସିୟମ ଏବଂ ଭିଟାମିନ ଉଭୟ ଜରୁରୀ ଅଟେ। କ୍ୟାଲସିୟମ ଅଭାବ କାରଣରୁ ହାଡ ଏବଂ ଗଣ୍ଠି ଦୁର୍ବଳ ହୋଇଯାଏ। ସେହିଭଳି ଭିଟାମିନ ଅଭାବରୁ ଅନେକ ପ୍ରକାରର ରୋଗର ଭୟ ଥାଏ। କ୍ୟାଲସିୟମର ଠିକ୍ ମାତ୍ରା ଶରୀରର ଡାଇବେଟିଜ ଏବଂ ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିଥାଏ। ଆସନ୍ତୁ ଜାଣିବା ଉଭୟ କ୍ୟାଲସିୟମ ଏବଂ ଭିଟାମିନର ସେବନ ଏବଂ ଏହାକୁ ଏକା ସାଥିରେ କାହିଁକି କ୍ଷତିକାରକ।

କାହିଁକି ଜରୁରୀ ଅଟେ କ୍ୟାଲସିୟମ

କ୍ୟାଲସିୟମ ଶରୀରରେ ହାଡକୁ ମଜବୁତ କରିବାର କାମ କରିଥାଏ। ମିନେରାଲର ଅଭାବ ଦ୍ବାରା ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୋଇଯାଇଥାଏ। ଆମ ଶରୀରରେ ବହୁତ କ୍ୟାଲସିୟମ, ତ୍ବଚା, କେଶ, ନଖ, ଝାଳ ଏବଂ ମୁତ୍ର ଜରୀଆରେ ଶେଷ ହୋଇଯାଇଥାଏ। ଏଥିପାଇଁ ଜରୁରୀ ପ୍ରତିଦିନ କିଛି ମାତ୍ରାରେ କ୍ୟାଲସିୟମ ଶରୀରକୁ ଯିବା ଜରୁରୀ।

calciumଭିଟାମିନ ଡି କାହିଁକି ହୋଇଥାଏ ଆବଶ୍ୟକ

ଭିଟାମିନ ଡି ଆମ ହାଡ ଏବଂ ମାଂସପେଶୀକୁ ସୁରକ୍ଷା ଦେଇଥାଏ। ଏହାସହିତ ଭିଟାମିନ ଡି ସହାୟତାରେ କ୍ୟାଲସିୟମ ଶରୀରରେ ଶୁଖିଥାଏ। ଏଥିପାଇଁ ପିଲାଙ୍କୁ ଭିଟାମିନ ଡିର ସେବନ ଏଥିପାଇଁ କରିବା ଆବଶ୍ୟକ କାରଣ ତାଙ୍କ ହାଡ ମଜବୁତ ହେଉ ଏବଂ ଏହାର ସେବନ କରିବା ଦ୍ବାରା ଶରୀରରେ ହାଡ ସୁସ୍ଥ ଏବଂ ମଜବୁତ ରହିଥାଏ। ଭିଟାମିନ ଡି ସବୁଠାରୁ ଅଧିକା ସୂର‌୍ୟ୍ୟକିରଣରେ ରହିଛି।

ଏହାସହ ପଢ଼ନ୍ତୁ : ଯୋଗ କରିବାକୁ ଯାଉଛନ୍ତି କି? ତେବେ ଗଣ୍ଠି ପକାଇ ରଖନ୍ତୁ ଏହି ଖାସ୍‌ କଥା

କଣ କହେ ରିସର୍ଚ୍ଚ

ଅନୁସନ୍ଧାନକାରୀ ଏହି କଥାର ଖୁଲାସା କରିଛନ୍ତି ଯେ କ୍ୟାଲସିୟମ ଏବଂ ଭିଟାମିନ ଡି ଏକାସାଥିରେ ସେବନ କରିବା ଦ୍ବାରା ଷ୍ଟ୍ରୋକର ଭୟ ଅଧିକ ରହିଥାଏ। ଜଣେ ୪୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ପାଇଁ ଏକାସାଥିରେ ଦୁଇଟି ଔେଷଧ ନେବା ଦ୍ବାରା ହାର୍ଟକୁ କ୍ଷତି ପହଁଚାଇଥାଏ।