ମୟୁରଭଞ୍ଜ: ପେଟି ପେଟି ଚୋରା ବିଦେଶୀ ମଦ ଜବତ, ୨ ଅଟକ

ମୟୁରଭଞ୍ଜ(କେନ୍ୟୁଜ୍) : ପେଟି ପେଟି ଚୋରା ବିଦେଶୀ ମଦ ଜବତ। ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ବହଳଦା ବଜାର ଅବକାରୀ ବିଭାଗ କାର୍ଯ୍ୟାଳୟ ନିକଟରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ମଦ ବୋତଲ। ପେଟି ପେଟି ମଦ ବୋତଲ ଟ୍ରକରେ ଅନଲୋଡିଙ୍ଗ ଚାଲିଥିବାବେଳେ ବହଳଦା ପୋଲିସ ଟ୍ରକକୁ ଜବତ କରିଛି। ଟ୍ରକରେ ଥିବା ୨୦୦ପେଟିରୁ ଉର୍ଦ୍ଧ୍ୱ ମଦ ବୋତଲର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି। ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.