Below header

ପୁରୀରେ ବିଜେପିର ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମହାଧିବେଶନରେ ଯୋଗ ଦେବେ ଅମିତ ଶାହ

ପୁରୀ(କେନ୍ୟୁଜ୍) :ପୁରୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମହାଧିବେଶନରେ ଆଜି ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏଥିରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଗତ ମଙ୍ଗଳବାର କଟକ ଜିଲ୍ଲା ସାଲେପୁରରେ ବିକାଶ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଶାହ । ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଅନୁସୂଚିତ ଜନଜାତି ଅଞ୍ଚଳରେ ଭଲ ପ୍ରଦର୍ଶନ କରିପାରି ନାହିଁ । ଏବେ ଦଳର ଓଡ଼ିଶା ଉପରେ ନଜର ।

ରାଜ୍ୟରେ ମୋଟ ୧୪୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୩୪ଟି ସିଟ୍ ଅନୁସୂଚିତ ଜନଜାତି ଓ ୨୫ଟି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ଗତ ୨୦୧୪ ନିର୍ବାଚନରେ ବିଜେପି ମାତ୍ର ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.