Below header

ସୁପର ସାଇକ୍ଲୋନର ରୂପ ନେଲା ଅମ୍ଫାନ, ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଆଗକୁ ବଢୁଛି

କେନ୍ୟୁଜ ବ୍ୟୁରୋ: ସମୁଦ୍ର ଭିତରେ ମହାବାତ୍ୟା । ବଙ୍ଗୋପସାଗରରେ ସୁପର ସାଇକ୍ଲୋନର ରୂପ ଧାରଣ କରିଛି ଅମ୍ଫାନ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ପର୍ଯ୍ୟନ୍ତ ସମୁଦ୍ର ଭିତରେ ମହାବାତ୍ୟା ଭାବରେ ରହିବ । ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଆଗକୁ ବଢୁଛି ଅମ୍ଫାନ । ଏତିକିବେଳେ ପବନର ବେଗ ଘଣ୍ଟାପ୍ରତି ୨୨୦ରୁ ୨୪୦ କିଲୋମିଟର ରହିବ । ପବନର ବେଗ ବଢି ୨୬୫ କିଲୋମିଟର ବି ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବର୍ତ୍ତମାନ ପାରାଦୀପଠାରୁ ୭୭୦ କିଲୋମିଟର ଦକ୍ଷିଣ, ଦୀଘାଠାରୁ ୯୨୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଓ ବାଂଲାଦେଶ ଖେପୁପରାଠାରୁ ୧୦୪୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ମହାବାତ୍ୟା । ଆସନ୍ତା କିଛି ଘଣ୍ଟା ଉତ୍ତର ଦିଗରେ ଗତି କରିବ । ଏହାପରେ ଉତ୍ତର ଉର୍ତ୍ତର-ପୂର୍ବ ଦିଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁ ହେବ । ୨୦ ତାରିଖ ସନ୍ଧ୍ୟା ସୁଦ୍ଧା ଅମ୍ଫାନ ଲ୍ୟାଣ୍ଡଫଲ୍‌ କରିବ । ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଝିରେ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୮୫ କିଲୋମିଟର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.