Below header

ଖୁସି ଖବର : ବାଂଲାଦେଶ ଡାକ୍ତର ବାହାରକଲେ କରୋନା ଔଷଧ, ୪ ଦିନରେ ଭଲ ହେବେ ରୋଗୀ

କରୋନା ଭାଇରସ୍‌ ବିଶ୍ୱର ବୈଜ୍ଞାନିକଙ୍କ ନିଦ ହଜାଇ ଦେଇଛି । ଦିନ ରାତି ଗବେଷଣା ଚାଲିଥିଲେ ମଧ୍ୟ କରୋନା କେଉଁ ମେଡିସିନିରେ ବାନ୍ଧି ହେଉନି । ଗବେଷକଙ୍କ ସବୁ ଉଦ୍ୟମ ଫେଲ୍‌ ମାରୁଛି କରୋନା ଚାଲ୍‌ ପାଖରେ ।

କରୋନା ଯେପରି ତା’ର ସ୍ୱରୁପ ବଦଳାଉଛି ଗବେଷକଙ୍କ ସବୁ ଉଦ୍ୟମ ଫେଲ୍‌ ମାରୁଛି । ତେବେ ନିକଟରେ ବାଂଲାଦେଶର କିଛି ଡାକ୍ତର କରୋନା ପାଇଁ ଔଷଧ ବାହାର କରିଥିବା ନେଇ ଦାବି କରିଛନ୍ତି । ଯାହାକି ମାତ୍ର ୪ ଦିନରେ କରୋନା ରୋଗୀଙ୍କୁ ଭଲ କରିପାରିବ ।

medicine

ଡାକ୍ତରମାନେ ଦୁଇଟି ଔଷଧର ମିଶ୍ରଣକୁ ନେଇ ପ୍ରାୟ କରୋନା ରୋଗୀଙ୍କ ଉପରେ ପ୍ରୟୋଗ କରିଛନ୍ତି । ଯାହାକି ମାତ୍ର ୪ ଦିନ ମଧ୍ୟରେ ତୀବ୍ର ଳକ୍ଷଣ ଥିବା କରୋନା ରୋଗୀଙ୍କୁ ଭଲ କରିପାରୁଛି ।

ଡାକ୍ତରମାନେ ଡକ୍ସିସାଇକ୍ଲିନ୍‌ ଓ ଇଭେରମେକ୍ସିନ୍‌ ନାମକ ଦୁଇଟି ଔଷଧ ମିଶାଇ ୬୦ କରୋନା ରୋଗୀଙ୍କୁ ଦେଇଥିଲେ । ଏହାକୁ ଖାଇ ରୋଗୀମାନେ ମାତ୍ର ୪ ଦିନରେ କରୋନାରୁ ସମ୍ପୂର୍ଣ୍ଣ ଭଲ ହୋଇଥିଲେ ।

ସବୁଠୁ ବଡ଼ କଥା ହେଲା ଯେ କୈାଣସି ରୋଗୀଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇନଥିଲା । ତେଣୁ ଡାକ୍ତରମାନେ ଏହି ଔଷଧ କରୋନା ପାଇଁ ବେଶ୍‌ ସହାୟକ ହୋଇ ପାରିବ ବୋଲି ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.