Zoom ରେ ଅନ୍‌ଲାଇନ୍‌ କ୍ଲାସ୍‌ ମଝିରେ ଅଚାନକ ଚାଲିଲା ଅଶ୍ଳୀଳ ଭିଡିଓ, ଛାତ୍ରଛାତ୍ରୀ ସ୍ତବ୍ଧ

କରୋନା ଭାଇରସ୍‌ ଯୋଗୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଣୁ Zoom ଆପ୍‌ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦିଆଯିବା, ଓ୍ଵାର୍କ ଫ୍ରମ୍‌ ହୋମ୍‌ର ମିଟିଂ ଆଦିର ପ୍ରଚଳନ ଦ୍ରୁତ ଗତିରେ ବଢ଼ିଛି। ତେବେ ଇତି ମଧ୍ୟରେ ଆମେରିକାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।

Zoom video meetings are being interrupted by hackers spewing hate ...

ରିପୋର୍ଟ ମୁତାବକ, ଆମେରିକାର କାର୍ଲିଫର୍ଣ୍ଣିଆରେ ଏକ ଚର୍ଚ୍ଚ ଦ୍ୱାରା Zoom ଆପ୍‌ ମାଧ୍ୟମରେ ବାଇବେଲ୍‌ର ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିଲା। ଏହି ସମୟରେ ହ୍ୟାକରମାନେ କ୍ଲାସ୍‌କୁ ହ୍ୟାକ୍‌ କରି ସ୍କ୍ରିନ୍‌ରେ ଅଶ୍ଳୀଳ ଭିଡିଓ ଚଲାଇଥିଲେ। ହ୍ୟାକରମାନେ ସମସ୍ତ ଆପ୍‌କୁ ବନ୍ଦ କରିବା ବଟନ୍‌କୁ ମଧ୍ୟ ହଟାଇ ଦେଇଥିଲେ। ଏଣୁ ଏହି ଅଶ୍ଳୀଳ ଭିଡିଓକୁ ଶିକ୍ଷକମାନେ ବନ୍ଦ କରିପାରିନଥିଲେ। ଫଳରେ କ୍ଲାସକୁ ମଝିରୁ ହିଁ ବନ୍ଦ କରିବାକୁ ପଡ଼ିଥିଲା। ଏହି ଘଟଣାରେ ଚର୍ଚ୍ଚ ତରଫରୁ Zoom ଆପ୍‌ ଉପରେ ମାମଲା ରୁଜୁ କରାଯାଇଛି।

Porn movie streams during bible study church sues Zoom app ...

ତେବେ ଏହି ମାମଲାକୁ Zoom ଆପ୍‌ ମଧ୍ୟ ସ୍ୱୀକାର କରିଛି ଯେ ଆପ୍‌କୁ ହ୍ୟାକ୍‌ କରାଯାଇଥିଲା। ତାଙ୍କ ନିକଟରେ ହ୍ୟାକରଙ୍କ ବିଷୟରେ ସୂଚନା ମଧ୍ୟ ରହିଛି, ସେ ଏହି ସୂଚନାକୁ ପୋଲିସକୁ ପ୍ରଦାନ କରିଥିବା କହିଛି। ସୂଚନାଯୋଗ୍ୟ ଯେ ଲକ୍‌ଡାଉନ୍‌ ପରେ ଜୁମ୍‌ ଆପ୍‌ର ଲୋକପ୍ରିୟତା ବଢ଼ିଯାଇଛି। କିନ୍ତୁ ଏହା କେତେ ସୁରକ୍ଷିତ ସେ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି। ଭାରତରେ ମଧ୍ୟ ଏହି ଆପ୍‌ର ବ୍ୟବହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁମ୍‌ ଆପ୍‌କୁ ନେଇ ପୂର୍ବରୁ ହିଁ ଆଡଭାଇଜରି ଜାରି କରାଯାଇଛି ଓ କୁହାଯାଇଛି ଯେ ଏହା ସୁରକ୍ଷିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.