Below header

ଗିରଫ ଅଭିଯୁ୍କ୍ତ ବାହାରିଲେ କରୋନା ପଜିଟିଭ, ପୁରୀରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ପୁରୀ(କେନ୍ୟୁଜ ବ୍ୟୁରୋ) : ପୁରୀରେ କରୋନାର ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି। । ନରେନ୍ଦ୍ର କୋଣ ଅଞ୍ଚଳର ଜଣେ ଗିରଫ ଅଭିଯୁ୍କ୍ତ କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ କୁମ୍ଭାରପଡ଼ା ଥାନାର ୩୦ରୁ ଅଧିକ କର୍ମଚାରୀ କ୍ୱାରେଣ୍ଟାଇନରେ ଯାଇଛନ୍ତି । ଅଭିଯୁକ୍ତ ଏସଡିଜେଏମ କୋର୍ଟ, ପୁଲିସ କୋର୍ଟ ଓ ଜେଲ୍ ଯାଇଥିବାରୁ ସେଠାରେ କରୋନ ବ୍ୟାପିବାର ଆଶଙ୍କା ଦେଖାଦେଇଛି । ନରେନ୍ଦ୍ରକୋଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବା ବେଳେ ବାର୍ ଆସୋସିଏସନକୁ ସାନିଟାଇଜ୍ କରାଯାଇଛି। ଜେଲରେ ଥିବା ଅଭିଯୁକ୍ତକୁ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

କୁମ୍ଭାରପଡ଼ା ଥାନା ପୁଲିସ ଶୁକ୍ରବାର ଛିନତାଇ ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଜଣକର କରୋନା ଲକ୍ଷଣ ଥିବାରୁ ଟେଷ୍ଟ ପାଇଁ ସ୍ୱାବ ଯାଇଥିଲା । ଗତକାଲି ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ଗିରଫ ଅଭିଯୁକ୍ତଙ୍କୁ ଥାନା ଭିତରେ ଥାନାଧିକାରୀଙ୍କ ସମେତ ବହୁ କର୍ମଚାରୀ ପଚରାଉଚରା କରିଥିଲେ । ଶନିବାର ତାଙ୍କୁ ଏସଡିଜେଏମଙ୍କ କୋର୍ଟକୁ ନିଆଯାଇଥିଲା। ସେଠାରୁ ପୁଲିସ କୋର୍ଟ,ବ୍ରହ୍ମଗିରି ମଧ୍ୟ ନିଆଯାଇଥିଲା। ଅଭିଯୁକ୍ତ କରୋନା ସଂକ୍ରମିତ ଜଣାପଡିବା ପରେ କୁମ୍ଭାରପଡା ଥାନାକୁ ସାନିଟାଇଜ୍ କରାଯାଇ ୩୦ରୁ ଅଧିକ କର୍ମଚାରୀଙ୍କୁ ଘରୋଇ ହୋଟେଲରେ କ୍ୱାରେନଟାଇନ୍ ରଖାଯାଇଛି।

PURI-2

ଏବେ କୁମ୍ଭାରପଡ଼ା ଥାନା ବ୍ୟତୀତ କୋର୍ଟ, ପୁଲିସ କୋର୍ଟ, ସେମାନଙ୍କ ଓକିଲ ଓ ସେମାନେ ବୁଲିଥିବା ସ୍ଥାନ, ବିଭିନ୍ନ ଥାନା ଓ ଜେଲ୍ ଅଞ୍ଚଳରେ କରୋନା ବ୍ୟାପିବାର ଆଶଙ୍କା ବଢ଼ିଛି। କୋର୍ଟ ଓ ପୁଲିସ କୋର୍ଟ କର୍ମଚାରୀ ଓ ଅନ୍ୟମାନେ ବି କ୍ୱାରେଣ୍ଟାଇନରେ ଯିବାପାଇଁ ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ବିନା ଟେଷ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ଘଟଣା ପାଇଁ ପୁଲିସ୍ ପ୍ରଶାସନକୁ ଦାୟୀ କରିଛି ବାର୍ ଆସୋସିଏସନ। ଜେଲର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଥିବା ଉକ୍ତ ଅଭିଯୁକ୍ତକୁ ଆଜି ସକାଳେ ଭୁବନେଶ୍ୱର ସ୍ଥିତ ଘରୋଇ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲା କାରାଗାରକୁ ସାନିଟାଇଜ୍ କରାଯିବ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି।

କରୋନା ସଂକ୍ରମିତ ଅଭିଯୁକ୍ତଙ୍କ ପାଇଁ ନରେନ୍ଦ୍ରକୋଣରୁ ପୁରୀ ଜେଲ୍ ପର୍ଯ୍ୟନ୍ତ ଥିବା ଲିଙ୍କର ସମସ୍ତ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇସାରିଛି। ଅଭିଯୁକ୍ତଙ୍କୁ ସୁପର୍ ସ୍ରେପଡର ବୋଲି ଆଲୋଚନା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.