ଆଜି ଠାରୁ କରିପାରିବେ ମନ ଭରି ସପିଂ, କେବଳ ଗ୍ରୀନ ଅରେଞ୍ଜ ନୁହେଁ ରେଡ଼ ଜୋନ ଲୋକ ମଧ୍ୟ କରିପାରିବେ କିଣାକିଣି

ଆଜି ଠାରୁ ଲକଡାଉନ 4.0 ବା ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଉ ଲକଡାଉନ ବୃଦ୍ଧି ଭିତରେ ଆପଣଙ୍କ ପାଇଁ ଏକ ବହୁତ ବଢିଆ ଖବର ରହିଛି। ଏବେ ଆପଣଙ୍କୁ ଘର ପାଇଁ ଆବଶ୍ୟକ ଜିନିଷ କିଣିବାକୁ ଆଉ ଚିନ୍ତା କରିବାକୁ ପଡିବନାହିଁ। କାହିଁକିନା ଏହି ଠାରୁ ଆପଣ ଅନଲାଇନ ସପିଂ କରିପାରିବେ। ସମସ୍ତ ଇ-କମର୍ସ କମ୍ପାନୀ ପୂରା ଦେଶରେ ନିଜ ସେବା ଆରମ୍ଭ କରିସାରିଛନ୍ତି।

ଟିଭି, ଫ୍ରିଜ, ଏସି ଏବଂ ସ୍ମାର୍ଟଫୋନ କିଣିପାରିବେ

tvଗୃହ ମନ୍ତ୍ରାଳୟର ନୂଆ ଦିଶାନିର୍ଦ୍ଦେଶ ଅନୁଯାୟୀ ଏବେ ଆପଣ ଗ୍ରୀନ, ଓରେଞ୍ଜ ଏବଂ ରେଡ଼ ଜୋନରେ ମଧ୍ୟ ସବୁ ପ୍ରକାରର ଅନଲାଇନ ସପିଂ କରିପାରିବେ। ଅର୍ଥାତ ଅଣଅତ୍ୟାବଶ୍ୟକ ଉତ୍ପାଦ ଯେମିତି ଫ୍ରିଜ, ଏସି କିମ୍ବା କୁଲର ମଧ୍ୟ ସାମିଲ ରହିଛି। ଏହିସବୁକୁ ଆପଣ ଅନଲାଇନ ମାଧ୍ୟମରେ କିଣିପାରିବେ।

onlineeAmazon-Flipcart ଆରମ୍ଭ କଲେ ସେବା

ସୂଚନା ଅନୁଯାୟୀ ଆମାଜନ ଏବଂ ଫ୍ଲିପକାର୍ଟ ଭଳି କମ୍ପାନୀ ନିଜ ସାଇଟରୁ ଏବେ ପ୍ରତିବନ୍ଧ ହଟାଇ ଦେଇଛନ୍ତି। ଏବେ ଆପଣ କୌଣସି ବି ପ୍ରଡକ୍ଟ ବିନା ଟେନସନରେ କିଣିପାରିବେ। ସମସ୍ତ ସାଇଟ୍ସ ନିଜର ସବୁ ପ୍ରଡକ୍ଟସ୍ ଉପରେ କଟକଣାକୁ ହଟାଇ ଦେଇଛନ୍ତି। ଆପଣ ଜିନିଷ ସିଲେକ୍ଟ କରି ତୁରନ୍ତ ଡେଲିଭରି ମଧ୍ୟ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.