ପୁଣି ଭୂମିକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ତିବ୍ରତା ଥିଲା ୪.୫

କେନ୍ୟୁଜ୍(ବ୍ୟୁରୋ): ଉତ୍ତର ଏବଂ ପୂର୍ବ ଭାରତରେ ଏବେ ଲଗାତର ଭୂକମ୍ପର ଝଟକା ଅନୁଭୂତ ହେଉଛି ।  ଆଜି ପୁଣି ଲଦାଖରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫ ଥିବା ଜଣାପଡ଼ିଛି। ଏହି ଭୂମିକମ୍ପ ମଧ୍ୟାହ୍ନ ୧.୧୧ ମିନିଟରେ ଅନୁଭୂତ ହୋଇଥିଲା ଓ କେନ୍ଦ୍ରସ୍ଥଳୀ ୧୧୯ କିଲୋମିଟର ଦୂର କାରଗିଲର ଉତ୍ତର-ପଶ୍ଚିମରେ ଥିଲା ବୋଲି କୁହାଯାଉଛି। ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

କେବଳ ଲଦାଖରେ  ସପ୍ତାହକ ମଧ୍ୟରେ ୨ୟଥର  ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହା ପୂର୍ବରୁ ଜୁନ୍ ୨୬ ତାରିଖରେ ହୋଇଥିବା ଭୂକମ୍ପର ତୀବ୍ରତା ୪.୫ ଥିଲା। ଲଦାଖରେ ଭୂକମ୍ପ ହେବାର କିଛି ସମୟ ପରେ ଜମ୍ମୁ ଓ କଶ୍ମୀରର ଓ ହିମାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଅପରାହ୍ନ ୨.୦୨ ମିନିଟ୍ ସମୟରେ ଆସିଥିବା ଏହି ଭୂକମ୍ପର ତୀବ୍ରତା ୩.୬ ଥିଲା। ତେବେ ଏଥିରେ କିଛି ବି କ୍ଷତି ହୋଇନଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.