ହାତୀଙ୍କ ପାଇଁ ଖୋଲାଗଲା ଜିମ୍‌, ଜାଣନ୍ତୁ କାହିଁକି

ପତଳା ହେବା ପାଇଁ ତଥା ଫିଟ୍‌ ରହିବା ପାଇଁ ସମସ୍ତ ଜିମ୍‌ ଯାଇଥାନ୍ତି। ଜିମ୍‌ରେ ବିଭିନ୍ନ ମେସିନ୍‌ ସାହାଯ୍ୟରେ ଏକ୍ସରସାଇଜ୍‌ କରି ଆଜିକାଲି ଲୋକମାନେ ନିଜକୁ ସୁଡୋଲ କରିବାକୁ ପସନ୍ଦ କରୁଛନ୍ତି। ତେବେ ମଣିଷ ଜିମ୍‌ ଯିବା ଏକ ସାଧାରଣ କଥା, କିନ୍ତୁ କେବେ ଜୀବଜନ୍ତୁ ପତଳା ହେବା ପାଇଁ ଜିମ୍‌ ଯିବା ବୋଧେ କେହି ଶୁଣିନଥିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। କୌଣସି ଅନ୍ୟ ଜୀବ ନୁହେଁ ବରଂ ହାତୀଙ୍କ ପାଇଁ ଖୋଲାଯାଇଛି ଜିମ୍‌। ବିରାଟକାୟ ହାତୀଙ୍କ ପାଇଁ ଏଭଳି ଏକ ନିଆରା ପ୍ରୟାସ କରାଯାଇଛି ଉତ୍ତରାଖଣ୍ଡର ରାଜାଜୀ ଟାଇଗର ରିଜର୍ଭରେ।

राजाजी टाइगर रिज़र्व में हाथियों का ...

ରିପୋର୍ଟ ମୁତାବକ ଏଠାରେ ଏବେ ୬ଟି ହାତୀ ରହିଛନ୍ତି। ଏହି ହାତୀମାନେ ନିଜ ଦଳରୁ ଅଲଗା ହୋଇ ଉତ୍ପାତ କରୁଥିଲେ। ଏଣୁ ବନ ବିଭାଗ ଏମାନଙ୍କୁ ଧରି ଆଣି ଏହି କ୍ୟାମ୍ପରେ ରଖିଛି। ସେଠାରେ ତାଙ୍କ ଚିକିତ୍ସା ସମେତ ଖାଦ୍ୟପେୟର ମଧ୍ୟ ବିଶେଷ ଯତ୍ନ ନିଆଯାଏ। କ୍ୟାମ୍ପରେ ହାତୀଙ୍କୁ ଜଙ୍ଗଲ ଭଳି ପରିବେଶ ଦେବା ପାଇଁ ଏକ ଜିମ୍ନୋଜିୟମ୍‌ ଖୋଲାଯାଇଛି। ଏହି ଜିମ୍ନୋଜିୟମ୍‌ରେ ହାତୀଙ୍କୁ କୌଣସି କାମ କରିବାକୁ ବାଧ୍ୟ କରାଯାଏ ନାହିଁ। କୁହାଯାଉଛି ଯେ ଏଠାରେ ରହିବା ପରେ ହାତୀମାନଙ୍କ ମାନସିକ ଚିନ୍ତା ଦୂର ହେଉଛି।

Rajaji Tiger Reserve Has Now Gymnasium For Elephants ...

ଏହି ଜିମ୍‌ରେ ରାଜା ନାମକ ଏକ ଦୁର୍ଦ୍ଦାନ୍ତ ହାତୀ ମଧ୍ୟ ରହିଛି। ବିଭିନ୍ନ ସ୍ଥାନରେ ଉତ୍ପାତ ହେବା ପରେ ହାତୀଟିକୁ ବନ ବିଭାଗ ଧରି ଆଣି ଏଠାରେ ଛାଡ଼ିଥିଲା। ଏଠାରେ ଟ୍ରେନିଂ ପାଇବା ପରେ ହାତୀଟି ଶାନ୍ତ ହେବା ସହ କଥା ମାନୁଥିବା ସିନିୟର ଭେଟନାରୀ ଡାକ୍ତର ଅଦିତି ଶର୍ମା କହିଛନ୍ତି। ହାତୀମାନଙ୍କର ସବୁ ପ୍ରକାରର ଯତ୍ନ ନିଆଯାଉଥିବାରୁ ଏହାକୁ ଜିମ୍‌ କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.