ଚମ୍ପୁଆ ରେଞ୍ଜ ଅଧୀନ ଚମକପୁର ଜଙ୍ଗଲରୁ ଅସୁସ୍ଥ ଭାବେ ଉଦ୍ଧାର ହାତୀର ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ୍): ଚମ୍ପୁଆ ରେଞ୍ଜ ଅଧୀନ ଚମକପୁର ଜଙ୍ଗଲରୁ ଅସୁସ୍ଥ ଭାବେ ଉଦ୍ଧାର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଜଙ୍ଗଲ ଭିତରୁ ଅସୁସ୍ଥ ଅବସ୍ଥାରେ ଦନ୍ତାକୁ ଉଦ୍ଧାର କରିଥିଲା ବନ ବିଭାଗ। ନଭେମ୍ବର ୨୪ ତାରିଖରୁ ଚିକିତ୍ସା ଚାଲିଥିବାବେଳେ ଆଜି ସକାଳୁ ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

କୌଣସି କାରଣରୁ ହାତୀ ଟି ଅସୁସ୍ଥ ହୋଇ ଏଣେ ତେଣେ ବୁଲୁଥିବା ସମୟରେ ଜଙ୍ଗଲ ବିଭାଗ ହାତୀଟିକୁ ଠାବ କରିଥିଲେ। ହାତୀଟିର ଗୋଡ କ୍ଷତାକ୍ତ ଥିବା ଜଣାପଡିଥିଲା। ତେବେ ହାତୀଟି କିଭଳି କ୍ଷତାକ୍ତ ହୋଇଛି ତାର କାରଣ ଅସ୍ପଷ୍ଟ ରହିଛି। ଜଙ୍ଗଲ ବିଭାଗ ସବିଶେଷ ତଥ୍ୟ ପାଇଁ ତଦନ୍ତ ଜାରୀ ରଖିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.