BEL ରେ ବମ୍ପର ନିଯୁକ୍ତି, ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡରେ ଚାକିରି ସୁଯୋଗ। ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ନୋଟିଫିକେସନରେ ଟ୍ରେନି ଇଞ୍ଜିନିୟର ଏବଂ ପ୍ରୋଜେକ୍ଟ ଇଞ୍ଜିନିୟର ସହିତ ଅନେକ ପଦବୀରେ ଭର୍ତ୍ତି କରାଯିବ। ଏହି ଆବେଦନ ପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ bel-india.inକୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୨ ରହିଛି ।

ପଦବୀ ବିବରଣୀ : ୨୬୦

ମେକାନିକାଲ ଇଞ୍ଜିନିୟରିଂ

ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ

କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ

ସିଭିଲି ଇଞ୍ଜିନିୟରିଂ

ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ

ଟ୍ରେନି ଇଞ୍ଜିନିୟରି-୧ ଅଧିନରେ ମେକାନିକାଲ ପଦ ୩୫ ରହିଥିବା ବେଳେ ଇଲେକ୍ଟ୍ରୋନିକ୍ସ ପଦ ୧୧୨, କମ୍ପ୍ୟୁଟର ସାଇନ୍ସ ୨୫ ପଦ, ସିଭିଲି ୪, ଇଲେକ୍ଟ୍ରିକାଲ ୪ ପଦ ରହିଛି।

ପ୍ରୋଜେକ୍ଟ ଇଞ୍ଜିନିୟରି-୧ ଅଧିନରେ ମେକାନିକାଲ ୨୬, ଇଲେକ୍ଟ୍ରୋନିକ୍ସ ୩୮, କମ୍ପ୍ୟୁଟର ସାଇନ୍ସ ୫, ସିଭିଲି ୩ ଏବଂ ଇଲେକ୍ଟ୍ରିକାଲ ୮ ପଦ ଖାଲି ପଡିଛି।

ଶିକ୍ଷାଗତ ଯୋଗ୍ୟତା :ଏହିସବୁ ପଦବୀରେ ଆବେଦନ କରିବାର ଶିକ୍ଷାଗତ ଯୋଗ୍ୟ ଅଲଗା ଅଲଗା ରହିଛି। ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ନୋଟିଫିକେସନ ଜରିଆରେ ଚେକ୍‌ କରିପାରିବ।

ବୟସ ସୀମା : ଟ୍ରେନିଂ ଇଞ୍ଜିନିୟର ପାଇଁ ବୟସ ସୀମା ୨୮ ବର୍ଷ ଏବଂ ପ୍ରୋଜେକ୍ଟ ଇଞ୍ଜିନିୟର ପାଇଁ ସର୍ବାଧିକ ବୟସ ୩୨ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ : ଟ୍ରେନି ଇଞ୍ଜିନିୟରର ସାଧାରଣ ବର୍ଗ, ଓବିସି/ EWS ପ୍ରାର୍ଥୀ ୧୭୭ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ। ସେହିପରି ଅନୁସୂଚିତ ଜାତି, ଜନଜାତି ଏବଂ PWBD ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ।

ପ୍ରୋଜେକ୍ଟ ଇଂଜିନିୟର ପଦବୀ ପାଇଁ ସାଧାରଣ ବର୍ଗ, ଓବିସି/ EWS ପ୍ରାର୍ଥୀ ୪୭୨ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ। ସେହିପରି ଅନୁସୂଚିତ ଜାତି, ଜନଜାତି ଏବଂ PWBD ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀBEL ର ଅଫିସିଆଲ ୱେବସାଇଟ୍‌ bel-india.in କୁ ଯାଆନ୍ତୁ।

ଏହାପରେ ହୋମପେଜରେ ବିଇଏଲ ରିକ୍ର୍ୟୁମେଣ୍ଟ କିମ୍ବା କ୍ୟାରିଅରକୁ ଯାଆନ୍ତୁ।

ଏକ ନୂଆ ପେଜ୍‌ ଖୋଲିବ, ଏଠାରେ ଲେଖା ହୋଇଥିବା”Recruitment For the Post of the Post of Trainee Engineer-I and Project ENIGNEER-I FOR BEL-GHAZIABAD” କୁ ଯାଇ କ୍ଲିକ୍‌ କରନ୍ତୁ।

ଏହାପରେ ଏବେ ଆବେଦନ କରନ୍ତୁ ଉପରେ କ୍ଲିକ୍‌ କରି ଫର୍ମ ପୂରଣ କରନ୍ତୁ।

ଏବେ ନିଜର ସମସ୍ତ ବିବରଣୀ ଭରିବା ପରେ ଆବଶ୍ୟକ ଦସ୍ତାବିଜ ଅପଲୋଡ୍‌ କରନ୍ତୁ।

ସମସ୍ତ ପ୍ରାର୍ଥୀ ଆବେଦନ ଶୁଳ୍କ ଭରିବା ପରେ ଫର୍ମ ଜମା କରନ୍ତୁ।

ଏହା ପରେ ଭବିଷ୍ୟତ ପାଇଁଆବେଦନ ପତ୍ରର ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://bel-india.in/Documentviews.aspx?fileName=DETAIL%20ADVERTISEMENT-29-11-22.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.