Below header

ନଦୀ ଘାଟ ନିକଟକୁ ଘାସ ଆଣିବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର

ଚାନ୍ଦବାଲି: କୁମ୍ଭୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଞ୍ଚୁଟିକ୍ରି ଗାଁର ନବଘନ ନାୟକ। ନବଘନ ନିଜ ଗାଈ ପାଇଁ ନିକଟସ୍ଥ ମନ୍ତେଇ ନଦୀ ପଂଚୁଟିକ୍ରୀ ଘାଟ ନିକଟକୁ ଘାସ ଆଣିବାକୁ ଯାଇଥିବା ବେଳେ ଜୁଆରୀଆ ମନ୍ତେଇ ନଦୀରେ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା ।

ତେବେ ନବଘନ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ନଦୀ ନିକଟରେ ଖୋଜାଖୋଜି କରିଥିବା ବେଳେ, କୂଳ ନିକଟର ଫାଉଡ଼ା ଓ ଦା ପଡ଼ିଥିବା ଦେଖିଥିଲେ । ଏହାପରେ ନଦୀ ଭିତରକୁ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସନ୍ଦେହ କରି ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ତେବେ ଆଜି ବୃଦ୍ଧଙ୍କ ଶବ ଭାସୁଥିବାର ପରିବାର ଲୋକେ ଦେଖି ନଦୀରୁ ଶବ ଉଦ୍ଧାର କରି ପୋଲିସ ଖବର ଦେବା ସହ ଶବ ବ୍ୟବଛେଦ ପାଇଁ ପଠାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.