ବଡ଼ ଧରଣର ବିସ୍ଫୋରଣ ପୂର୍ବରୁ ଟଳିଲା ବିପଦ, ଦିଲ୍ଲୀରେ ଧରାପଡ଼ିଲେ ୫ ଆତଙ୍କବାଦୀ

ନୂଆଦିଲ୍ଲୀ: ବଡ଼ ଧରରଣ ବିସ୍ଫୋରଣ ପୂର୍ବରୁ ଟଳିଲା ବିପଦ । ଦିଲ୍ଲୀରେ ଧରାପଡ଼ିଲେ ୫ ଆତଙ୍କବାଦୀ । ଦିଲ୍ଲୀ ଶାକରପୁରଠାରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପଞ୍ଜାବର ଆଉ ତିନି ଜଣ କଶ୍ମୀର ଆତଙ୍କବାଦୀ ।

ସେମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ପୋଲିସ ସହ ଗୁଳି ବିନିମୟ ହୋଇଥିଲା । ପାକିସ୍ତାନ ଆଇଏସଆଇ ପାଇଁ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି । ଦିଲ୍ଲୀରେ କୌଣସି ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ । ଏକ କାରରେ ସେମାନେ ମାରଣାସ୍ତ୍ର ସହ ଯାଉଥିବା ପୋଲିସ ଖବର ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.