ଘରର ରୋଜଗାରିଆ ପୁଅ କ୍ୟାନ୍ସର ପୀଡ଼ିତ, ଚିକିତ୍ସା ପାଇଁ ଆବଶ୍ୟକ ଆର୍ଥିକ ସହାୟତା

କ୍ୟାନ୍ସର ପୀଡ଼ିତ ଘରର ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ। ଯାହାଫଳରେ ବଦଳି ଯାଇଛି ପରିବାରର ଅବସ୍ଥା। ଗୋଟିଏ ପଟେ ଦୁଇଟି ଛୋଟ ଛୁଆଙ୍କୁ ନେଇ ଆଶା ଆଶଙ୍କାରେ ସ୍ତ୍ରୀ ଦିନ କାଟୁଥିବା ବେଳେ ଅନ୍ୟପଟେ ପୁଅର ଏଭଳି ଅବସ୍ଥା ଦେଖି ବାହୁନି ବାହୁନି କାନ୍ଦୁଛି ମା ।

ଆନନ୍ଦପୁର(କେନ୍ୟୁଜ୍‌) :  କ୍ୟାନ୍ସର ପୀଡ଼ିତ ଘରର ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ। ଯାହାଫଳରେ ବଦଳି ଯାଇଛି ପରିବାରର ଅବସ୍ଥା। ଗୋଟିଏ ପଟେ ଦୁଇଟି ଛୋଟ ଛୁଆଙ୍କୁ ନେଇ ଆଶା ଆଶଙ୍କାରେ ସ୍ତ୍ରୀ ଦିନ କାଟୁଥିବା ବେଳେ ଅନ୍ୟପଟେ ପୁଅର ଏଭଳି ଅବସ୍ଥା ଦେଖି ବାହୁନି ବାହୁନି କାନ୍ଦୁଛି ମା। ପୂର୍ବରୁ ସୁଖରେ ଜୀବନ ଅତିବାହିତ କରୁଥିବା ଏହି ପରିବାର ଏବେ ଦି ଓଳି ଦି ମୁଠା ପେଟକୁ ଦାନା ଯୋଗାଇବା ମଧ୍ୟ କଷ୍ଟ ହେଉଛି।

ଆନନ୍ଦପୁର ଉପଖଣ୍ଡ ବେଲବାହାଳି ଗାଁର ସୁରେଶ ସାହୁ। କିଛି ଦିନ ପୂର୍ବରୁ ବେପାର ବଣିଜ କରି ଭଲ ଦୁଇପଇସା ରୋଜଗାର କରି ସୁଖ ସ୍ୱଛନ୍ଦରେ ଜୀବନ ଅତିବାହିତ କରୁଥିଲେ। ହେଲେ ଦଇବ ଦାଉ ସାଧିଲା। ସୁରେଶଙ୍କୁ ବେପାରରେ ସାହାର୍ଯ୍ୟ କରୁଥିବା ସାନ ଭାଇର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା। ଏସବୁ କଷ୍ଟରୁ ବାହାରକୁ ବାହାରି ନଥିବାବେଳେ ସୁରେଶ କର୍କଟ ରୋଗରେ ଆକ୍ରାନ୍ତ ହେଲେ। ସୁରେଶ ପାନ ଗୁଟଖା ଅମଳ କରିଥିବାରୁ ଏଭଳି ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ଗଲେ।

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁରେଶଙ୍କର ଅସ୍ତ୍ରୋପଚାର କରାଗଲା ହେଲେ ପୁନର୍ବାର କର୍କଟ ରୋଗ ତାଙ୍କ ପଛ ଛାଡ଼ିଲାନି। ଏବେ ଉପାୟଶୂନ୍ୟ ହୋଇ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ବିକଳ ହୋଇ ପଡ଼ି ରହିଥିବା ବେଳେ ଘରର ଅବସ୍ଥା ନକହିବା ଭଲ। ଗ୍ରାମବାସୀ ଓ କିଛି ସ୍ଵେଚ୍ଛାସେବୀ ସଂଗଠନ ସୁରେଶ ଙ୍କୁ ସାହାର୍ଯ୍ୟର ହାତ ବଢାଉ ଥିଲେ ମଧ୍ୟ ତାହା ସମୁଦ୍ର କୁ ଶଙ୍ଖେ ସଦୃଶ। ସ୍ଥାନୀୟ ଉପଜିଲ୍ଲାପାଳ ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ରେଡକ୍ରସ ରୁ ଯଥା ସମ୍ଭବ ସାହାର୍ଯ୍ୟ କରିବାନେଇ ପ୍ରତିଶୃତି ଦେଇଛନ୍ତି।

ସମୟ ଚକ୍ରରେ ପେଶି ହୋଇ ଦୁର୍ବିସହ ଜୀବନ ବିତାଉଥିବା ସୁରେଶଙ୍କ ପରିବାରକୁ ଯଦି ଆବଶ୍ୟକ ରହିଥିବା ଆର୍ଥିକ ସାହାର୍ଯ୍ୟ ନମିଳେ ତେବେ ଏହି ପରିବାର ରୋଜଗାରିଆ ପୁଅ ଅସମୟରେ ଝଡି ଯିବ ଏଥିରେ ଦ୍ୱିମତ ନାହିଁ। ତେଣୁ କେହି ଯଦି ସୁରେଶଙ୍କୁ ସାହାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ।

LIPI SAHOO
W/O – SURESH SAHOO
STATE BANK OF INDIA – GHASIPURA
ACNT – 39734951782
IFSC- SBIN0013612
MOB -7077096283

ଆନନ୍ଦପୁରରୁ ସ୍ଵେପ୍ନେଶ୍ଵର ପଣ୍ଡାଙ୍କ ରିପୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.