ପୁରୀରେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ, ଶ୍ରୀଜିଉଙ୍କୁ ଦର୍ଶନ କରି ଦାନ କଲେ ୨କୋଟି ୫୧ ଲକ୍ଷ ଟଙ୍କା

ଗତକାଲି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଅନନ୍ତ ଅମ୍ବାନୀ । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ନିଜ ବିବାହ ପୂର୍ବରୁ ଦ୍ୱିତୀୟ ଥର ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ପୁରୀ(କେନ୍ୟୁଜ): ଦେଶର ସବୁଠୁ ଧନୀ ବ୍ୟବସାୟୀ  ଅମ୍ବାନୀ ପରିବାର ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ ଇଭେଣ୍ଟ୍‌ ମଧ୍ୟ ଶେଷ ହୋଇଛି । ଇଭେଣ୍ଟ୍‌ ତ ସମାପ୍ତ ହୋଇଯାଇଛି, କିନ୍ତୁ ପ୍ରି-ୱେଡିଂର ଚର୍ଚ୍ଚା ଏଯାଏ ସରିବାକୁ ନାଁ ଧରୁନାହିଁ । ତେବେ ଏସବୁ ଭିତରେ ଏବେ ପୁରୀ ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ।

ଗତକାଲି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଅନନ୍ତ ଅମ୍ବାନୀ । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ନିଜ ବିବାହ ପୂର୍ବରୁ ଦ୍ୱିତୀୟ ଥର ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଗତ ୨୦୨୩ ଜାନୁଆରୀ ୨୪ ତାରିଖରେ ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିଥିଲେ । ବିବାହ ପୂର୍ବରୁ ପୁନର୍ବାର ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସେ ଆଶିଷ ନେଇଛନ୍ତି । ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ସେବାୟତ ଓ ପ୍ରଶାସନିକ ଅଧିକାରୀ ମାନେ ସ୍ୱାଗତ କରିଥିଲେ । ଦର୍ଶନ ପରେ ୨କୋଟି ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି ଅନନ୍ତ ଅମ୍ବାନୀ।

ତେବେ ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୧୦ଟାରେ ପୁରୀରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଚତୁର୍ଦ୍ଧାମୂର୍ତ୍ତି ସେ ଦର୍ଶନ କରିଛନ୍ତି । ମା’ ବିମଳା ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିଛନ୍ତି ଅନନ୍ତ । ମହାଲକ୍ଷ୍ମୀ ମନ୍ଦିରରେ କିଛି ସମୟ ବସିବା ସହ ନୃସିଂହ ମନ୍ଦିରରେ ବସିି ହନୁମାନ ଚାଳିସା ପାଠ କରିଥିଲେ । ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର, କୌଳିକ ପଣ୍ଡା ରଘୁନାଥ ଗୋଛିକାର ଓ ଅନ୍ୟାନ୍ୟ ସେବାୟତ ଉପସ୍ଥିତ ଥିଲେ । ପୁରୀ ଆସିବା ପୂର୍ବରୁ ଅନନ୍ତ ଅମ୍ବାନୀ ଆସାମ ଯାଇ ମା’ କାମାକ୍ଷାଙ୍କ ଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.