ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ପରେ, ଏମିତି ପ୍ରତିକ୍ରିୟା ରଖିଲେ ସ୍ତ୍ରୀ ଗୀତାଞ୍ଜଳି

ଭୁବନେଶ୍ବର: ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ଵାଳ ଗିରଫ ପରେ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ବିଶ୍ଵାଳଙ୍କ ପ୍ରତିକ୍ରିୟା। ବିବାନ୍ ଏମିତି କାମ କରି ନଥିବେ । ସେ ଜଣେ ଭଲ ଲୋକ। ତାଙ୍କ ସାଙ୍ଗ ତାଙ୍କୁ ଗାଡ଼ିରେ ଡାକି ନେଇ ଏମିତି କରିଛନ୍ତି ବୋଲି ସେ କହିଛନ୍ତି।

ଅନ୍ଯପଟେ ବିବନ ବିଶ୍ଵାଳର ଡେଥ୍ ସାର୍ଟିଫିକେଟ ବାହାର କରିବାକୁ ତାଙ୍କ ପୁଅ ଯାଇନଥିଲେ। ଓଲଟି ବିବନଙ୍କ ବାପା ଅର୍ଥାତ୍ ତାଙ୍କ ଶ୍ବଶୁରଙ୍କ ଡେଥ୍  ସାର୍ଟିଫିକେଟ ବାହାର କରିବାକୁ ଥାନାକୁ ଯାଇଥିବା କହିଛନ୍ତି । ଏହାସହ ବିବନଙ୍କ ସହ ୨୨ବର୍ଷ ହେବ ତାଙ୍କର ସମ୍ପର୍କ ନଥିଲା, କି ବିବନ ତାଙ୍କ ପରିବାର ସହ ଯୋଗାଯୋଗରେ ନଥିଲେ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.