Netflix ଲଞ୍ଚ କଲା ନୂଆ ଫିଚର, ଆପେ ଆପେ ଡାଉନଲୋଡ଼ ହୋଇଯିବ ଫିଲ୍ମ ଓ ଶୋ’

ପ୍ରମୁଖ ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ନେଟଫ୍ଲିକ୍ସ ନିଜ ୟୁଜର୍ସ ମାନଙ୍କ ପାଇଁ ଏକ ନୂଆ ଡାଉନ ଲୋଡ଼ ଫିଚର ଲଞ୍ଚ କରିଛି । କମ୍ପାନୀ ପକ୍ଷରୁ ଏହି ଫିଚରର ନାଁ “Downloads for You” ରଖାଯାଇଛି । ଏହି ଫିଚର ମାଧ୍ୟମରେ ଆପଣଙ୍କ ପସନ୍ଦର ଫିଲ୍ମ ଓ ଶୋ’ ଆପେ ଆପେ ଡାଉନଲୋଡ଼ ହୋଇଯିବ । ଯାହାକୁ ପରେ ବିନା ଇଣ୍ଟରନେଟରେ ଦେଖାଯାଇ ପାରିବ । Netflix ଡାଉନଲୋଡ଼ ଫିଚର ଆପେ ଆପେ ଶୋ’ ଗୁଡିକୁ ଡିଲିଟ ମଧ୍ୟ କରିପାରିବ । ଆଉ ପରେ ନୂଆ ଶୋ’ କୁ ଡାଉନଲୋଡ଼ କରିପାରିବ । ଏହି ଫିଚର ଗୁଡିକର ମଜା ନେବା ପାଇଁ ଏହି ଫିଚର ଅନ କରିବାକୁ ହେବ ।

କେମିତି କରିବେ ଅନ:

ଏହି ଅଟୋମେଟିକ ଡାଉନଲୋଡ଼ ଫିଚର କେବଳ ଆଣ୍ଡ୍ରଏଡ ଫୋନ ପାଇଁ ହିଁ ଉପଲବ୍ଧ ଅଛି । ଆଇଫୋନ କିମ୍ବା ଆଇପ୍ୟାଡ଼ରେ ଏହା କାମ କରିବ ନାହିଁ ।

– ପ୍ରଥମେ ନେଟଫ୍ଲିକ୍ସର ଆଣ୍ଡ୍ରଏଡ ଆପକୁ ଓପନ କରନ୍ତୁ

– ଏବେ ଡାଉନଲୋଡ଼ ଅପସନ ଉପରେ କ୍ଲିକ କରନ୍ତୁ

– ଏଠି ଆପଣଙ୍କୁ Downloads for You ନାଁରେ ଏକ ବିକଳ୍ପ ଦେଖାଦେବ । ଏଠି କ୍ଲିକ କରନ୍ତୁ ।

-ଏବେ ଆପଣଙ୍କୁ ଷ୍ଟୋରେଜ ବିଷୟରେ ପଚରା ଯିବ । ଆଉ ଏହା ପରେ ଫିଚର ଅନ ହୋଇଯିବ ।

ନେଟଫ୍ଲିକ୍ସ ଅନୁସାରେ ୧୨ ଟିବି ଶୋ ପାଇଁ କିମ୍ବା ଫିଲ୍ମ ପାଇଁ ୩  ଜିବି ଷ୍ଟୋରେଜ କାଫି । ଯଦି ଆପଣ ଚାହିଁବେ କେବେ ବି ଏହି ଫିଚରକୁ ବନ୍ଦ କରି ପାରିବେ । କହିରଖିବା ଉଚିତ ହେବକି, ଏହି ଡାଉନଲୋଡିଂ ଆପଣଙ୍କ ଫୋନ ଷ୍ଟୋରେଜ ବଦଳରେ ନେଟଫ୍ଲିକ୍ସ ଆପ ଷ୍ଟୋରେଜରେ ହିଁ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.