ରାଜଧାନୀରେ ପୁଣି କଳା ପଲସର ଆତଙ୍କ: ଫୁଲ ତୋଳିବା ବେଳେ ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି କଳା ପଲସର ଆତଙ୍କ । ଫୁଲ ତୋଳିବା ବେଳେ ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ୍ ଲୁଟ୍ । ଭୁବନେଶ୍ୱର ନୀଳାଦ୍ରି ବିହାର ପ୍ରାଚୀ ଏନ୍କ୍ଲେଭ ସମ୍ମୁଖରେ ଏଭଳି ଘଟଣା ଘଟିଛି ।
ଆଜି ଭୋରରୁ ମହିଳା ଜଣଙ୍କ ଫୁଲ ତୋଳିବା ବେଳେ ୩ ଜଣ ଯୁବକ ବାଇକ୍ରେ ଆସି ଆକ୍ରମଣ କରିଥିଲେ । ମହିଳାଙ୍କ ସ୍ୱାମୀ ବାଧା ଦେବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଚନ୍ଦ୍ରଶେଖର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।