ଟ୍ରଫି ନେଇ ଘରେ ପହଞ୍ଚିବା ପରେ ଦେଖନ୍ତୁ ରୁବିନା ଦିଲେକ୍‌ଙ୍କୁ କେମିତି କରାଗଲା ୱେଲକମ୍‌‌, ସ୍ୱାମୀ କହିଲେ ‘ବସ୍‌ ଲେଡି’

ଟେଲିଭିଜନ୍‌ର ସବୁଠୁ ବିବାଦୀୟ ଶୋ’ ବିଗ୍‌ବସ୍‌ ୧୪ ଜିତି ରୁବିନା ଦିଲେକ୍‌ ଏବେ ଦୀର୍ଘଦିନ ପରେ ଘରକୁ ଫେରିଛନ୍ତି। ଏହି ବଡ଼ ବିଜୟ ପରେ ରୁବିନାଙ୍କୁ ଘରେ ଗ୍ରାଣ୍ଡ ୱେଲକମ୍‌‌ କରାଯାଇଛି। ଏ ଅବସରରେ ଘରକୁ ଦୀପାବଳି ଭଳି ସଜାଯାଇଛି। କେବଳ ପରିବାର ଲୋକେ ନୁହେଁ ସ୍ୱାମୀ ଅଭିନବ ଶୁକ୍ଳା ମଧ୍ୟ ଏ ଅବସରରେ ରୁବିନାଙ୍କୁ ଏକ ନୂଆ ଟାଇଟଲ ଦେଇଛନ୍ତି।

 

View this post on Instagram

 

A post shared by Abhinav Shukla (@ashukla09)

ପତ୍ନୀ ଜିତିବା ପରେ ଅଭିନବ ବେଶ୍‌ ଖୁସି ଥିବା ଦେଖାଯାଇଛି। ବିଗବସ୍‌ର ଏକ୍ସ-କଣ୍ଟେଷ୍ଟାଣ୍ଟ ଅଭିନବ ଶୁକ୍ଳା ଘରକୁ ସୁନ୍ଦର ଭାବେ ଡେକୋରେଟ୍‌ କରି ‘ୱେଲକମ୍‌ ହୋମ୍‌ ବସ୍‌ ଲେଡି’ ଲେଖିଛନ୍ତି। ସୋସିଆଲ ମିଡିଆରେ ସେ ସେୟାର କରିଥିବା ଫଟୋରେ ମଧ୍ୟ ତାହା ଲେଖା ଅଛି। ତାଙ୍କୁ ସ୍ୱାଗତ କରିବା ପାଇଁ ଅଭିନବ ଶୁକ୍ଳା କିଛି ବାକି ରଖି ନାହାନ୍ତି। ରୁବିନା ବିଗବସ୍‌ର ଟ୍ରଫି ନେଇ ଘରେ ପହଞ୍ଚିବା ପରେ ଅଭିନବଙ୍କର ଏହି ସରପ୍ରାଇଜ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ରୁବିନା ଘରେ ପ୍ରବେଶ କରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ତାଙ୍କ ମା’ ଘରେ କ୍ୟାଣ୍ଡେଲ ଜାଳୁଥିବା ଦେଖାଯାଇଛି। ଘର ଲୋକଙ୍କ ତରଫରୁ କରାଯାଇଥିବା ଏହି ପୂରା ଆୟୋଜନ ଦେଖି ରୁବିନା ଅଭିଭୂତ ହୋଇ କହୁଛନ୍ତି, ‘ଓଃ ମାଇ ଗଡ୍‌, ଥାଉ ମମି ଥାଉ, କେତେକ ପରିଶ୍ରମ କରିଛନ୍ତି’।

 

View this post on Instagram

 

A post shared by Abhinav Shukla (@ashukla09)


ସୂଚନାଯୋଗ୍ୟ ଯେ ୩ ଅକ୍ଟୋବର ୨୦୨୦ରେ ବିଗ୍‌ବସ୍‌ ସିଜନ୍‌ ୧୪ର ପ୍ରଥମ ଏପିସୋଡ୍‌ ଟେଲିକାଷ୍ଟ ହୋଇଥିଲା। ଏହି ଶୋ’ ରବିବାର ଦିନ ସରିଛି। ଶୋ’ ମୋଟ ୧୩୮ ଦିନ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.