ଠାବ ହେଲା ନକଲି ସିମେଣ୍ଟ କାରଖାନା, ଏକ୍ସପାୟର ସିମେଣ୍ଟକୁ ବସ୍ତାରେ ପୁରାଇ କରାଯାଉଥିଲା ବିକ୍ରି

କଟକ(କେ ନ୍ୟୁଜ): ପୁଣି  ଠାବ ହେଲା ନକଲି ଓ ଅପମିଶ୍ରିତ ସିମେଣ୍ଟ କାରଖାନା । ଜଗତପୁର ଶିଳ୍ପାଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ। ଲକ୍ଷାଧିକ ଟଙ୍କାର ସିମେଣ୍ଟ ଜବତ ହୋଇଛି । ମିଳିଥିବା ଖବର ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଜଗତପୁର ଥାନା ପୋଲିସ କାରଖାନା ଉପରେ ରେଡ କରିଥିଲେ । ଆଉ ରେଡ଼ କରିବା ସମୟରେ ଏହି କାରଖାନା ରେ ବିପୁଳ ପରିମାଣର ନକଲି ବା ଅପମିଶ୍ରିତ ସିମେଣ୍ଟ ବସ୍ତା ଥିବା ନେଇ ଜଣାପଡିଥିଲା । ଅଲ୍ଟ୍ରାଟେକ ନାଁରେ ପ୍ରସ୍ତୁତ ହେଉଥିଲା ନକଲି ସିମେଣ୍ଟ । ଅନ୍ୟ କମ୍ପାନୀର ନଷ୍ଟ ହୋଇ ମୁଣ୍ଡା ହୋଇ ଯାଇଥିବା ସିମେଣ୍ଟକୁ ଗୁଣ୍ଡ କରି କିଛି ଅଳ୍ପ ପରିମାଣର ଭଲ କମ୍ପାନୀ ସିମେଣ୍ଟ ସହିତ ମିଶ୍ରଣ କରି ପ୍ୟାକେଜିଙ୍ଗ ହେଉଥିଲା ବୋଲି ଧରା ପଡିଛି ।

ଖାଲି ସିମେଣ୍ଟ ନୁହେଁ ଏହା ପୂର୍ବରୁ ନକଲି ସସ, ଘିଅ ସମେତ ଅନ୍ୟାନ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ ହେଉଥିବା ନେଇ ଜଣାପଡିଥିଲା । ଏମିତିକି ପ୍ରଶାସନ ପକ୍ଷରୁ ବୁଲ ଡୋଜର ଚଢାଯାଇ ଶହ ଶହ ଘିଅ, ସସ ଆଦିକୁ ମାଟିରେ ମିଶା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.