ରିମୁଭର ବିନା ମଧ୍ୟ ଛଡାଇପାରିବେ ନେଲ ପଲିସ୍‌, ଏହିସବୁ ଜିନିଷକୁ କରନ୍ତୁ ବ୍ୟବହାର

ବହୁତ ବ୍ୟସ୍ତ ଲାଗିଥାଏ ସେତେବେଳେ ଯେତେବେଳେ ଆପଣଙ୍କୁ କୌଣସି ଯାଗାକୁ ଯିବାକୁ ଥିବ ଆଉ ଆପଣ ଗୋଟେ ଜିନିଷ ଖୋଜୁଥିବେ ଆଉ ଆପଣଙ୍କୁ ତାହା ମିଳୁନଥିବ। ଖାସ୍ କରି ଆପଣଙ୍କୁ କୌଣସି ବିବାହ କିମ୍ବା ପାର୍ଟିରେ ସାମିଲ ହେବାର ଥାଏ ଆଉ ନେଲପଲିସ୍ ଲଗାଇବାକୁ ଭୁଲିଯାଇଥାନ୍ତି। ଏମିତିରେ ସେତେବେଳେ ଟେନସନ୍ ଲାଗିଥାଏ ଯେତେବେଳେ ଜଲଦି ଥାଏ ଆଉ ରିମୁଭର ମିଳିନଥାଏ କିମ୍ବା ସରିଯାଇଥାଏ।ଏମିତିରେ ମୁଡ୍ ଖରାପ ହୋଇଯିବା ସ୍ୱାଭାବିକ। ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ନେଲପଲିସକୁ ବିନା ନେଲ ରିମୁଭରରେ କେମିତି ହଟାଇବେ ବା ଛଡାଇବେ। ଏହି ସ୍ଥିତିରେ ଆପଣ ଘରେ ଥିବା କିଛି ଜିନିଷକୁ ବ୍ୟହାର କରି ନେଲପଲିସକୁ ଛଡାଇପାରିବେ।

nailଆପଣ ଡିଟକ୍ସ ସ୍ପିରିଟକୁ ବି ରିମୁଭର ଭଳି ବ୍ୟବହାର କରିପାରିବେ। ଏହା ଆଣ୍ଟି-ବ୍ୟାକ୍ଟେରିଆଲ ହୋଇଥାଏ। ଏମିତିରେ ଯଦି ନଖରେ ସଂକ୍ରମଣ ହୋଇଥାଏ ତାହା ପାଇଁ ବି ବହୁତ କାରିଗରୀ ହୋଇଥାଏ। କେବଳ କଟନରେ ଅଳ୍ପ ସ୍ପିରିଟ୍ ଲଗାଇ ସେଥିରେ ନଖକୁ ଘସି ନେଲପଲିସ ଛଡାଇ ଦିଅନ୍ତୁ।

ନିଜ ନଖରେ ନେଲ ପଲିସକୁ ଛଡାଇବା ପାଇଁ ଆପଣ ଗରମ ପାଣି ନେଇ ମଧ୍ୟ ସେଥିରେ ନିଜ ହାତକୁ କିଛି ସମୟ ବୁଡାଇ ରଖନ୍ତୁ। ଏହାପରେ କଟନ୍ କିମ୍ବା ସୂତା କପଡାରେ ନଖକୁ ରଗଡନ୍ତୁ ଏହାଦ୍ୱାରା ନେଲ ପଲିସର ରଙ୍ଗ ବାହାରିଯିବ।

ଆପଣ ନେଲପଲିସ ଉପରେ ନେଲପଲିସ ଲଗାଇ ମଧ୍ୟ ସଫା କରିପାରିବେ। ଏହା ରିମୁଭର ଭଳି କାମ କରିଥାଏ। ନେଲ ପଲିସ ରିମୁଭର ଭଳି କାମ କରିପାରେ।

nailsଲେମ୍ବୁ ସାହାଯ୍ୟରେ ମଧ୍ୟ ନଖ ସଫା କରିପାରିବେ। ଆଙ୍ଗୁଠିକୁ କିଛି ସମୟ ପାଇଁ ଗରମ ପାଣିରେ ବୁଡାଇ ଦିଅନ୍ତୁ ଏହାପରେ ନଖରେ ଲେମ୍ବୁ ଘସନ୍ତୁ। ଏହାଦ୍ୱାରା ବି ନେଲପଲିସ ସହଜରେ ବାହାରିଯିବ।

ଆପଣ ଆଲକହଲ୍ ସାହାଯ୍ୟରେ ମଧ୍ୟ ନଖ ସଫା କରିପାରିବେ। ଏଥିପାଇଁ ଆପଣଙ୍କୁ କିଛି ତୁଳା ନେଇ ସେଥିରେ ଆଲକହଲ ଲଗାନ୍ତୁ। ଏହାକୁ ନଖ ଉପରେ ବ୍ୟବହାର କଲେ ଏହା ଧିରେ ଧିରେ ବାହାରିଯିବ।

ଏହାଛଡା ଆପଣ ଟୁଥପେଷ୍ଟର ବ୍ୟବହାର କରିପାରିବେ। ଟୁଥପେଷ୍ଟକୁ ଆପଣ ନେଲପଲିସ ରିମୁଭର ଭାବେ ବ୍ୟବହାର କରିପାରିବେ। କିଛି ସମୟ ରଖିବା ପରେ ନଖକୁ ସୂତା କପଡାରେ ରଗଡି ସଫା କରିଦିଅନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.