ରାଜଧାନୀ ଭୁବନେଶ୍ବରରୁ ଆଜି ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୨୯୨ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ବରରୁ ଆଜି  ଆଜି  ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନରୁ ୬୪ ଜଣ ଓ ଲୋକାଲ କଣ୍ଟାକ୍ଟ କେସରୁ ଅଛନ୍ତି ୧୫୭ ଜଣ। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୨୯୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର  ଭୁବନେଶ୍ୱର ମହାନଗର ନିଗମ ଟ୍ବିଟ ଯୋଗେ ସୂଚନା ଦେଇଛି।

ବିଏମସି ସୂଚନା ମୁତାବକ  କ୍ବାରେଣ୍ଟାଇନରୁ  ଚିହ୍ନଟ ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅଛନ୍ତି ବଡ଼ଗଡ଼ରୁ ୪ ଜଣ, ରସୁଲଗଡ଼, ୟୁନିଟ-୮, ଖଣ୍ଡଗିରି, ମଂଚେଶ୍ୱର, କଳିଙ୍ଗନଗର, ଜୟଦେବ ବିହାର, ଗ୍ୟାରେଜ ଛକ, ଚନ୍ଦ୍ରଶେଖରପୁରରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ଲୋକାଲ କଣ୍ଟାକ୍ଟ କେସରୁ  ବଡ଼ଗଡ଼ରୁ ୧୦ ଜଣ, ପଟିଆରୁ ୮ ଜଣ, ରସୁଲଗଡ଼, ସହିଦନଗରରୁ ୬-୬ ଜଣ, ଭରତପୁର ଓ ଚନ୍ଦ୍ରଶେଖରପୁରରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.