ସୁନ୍ଦରଗଡ଼ରୁ ସର୍ବାଧିକ ୩୭ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ ଆଜି ୨୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରୁ ୨୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ  ସୁନ୍ଦରଗଡ଼ରୁ ସର୍ବାଧିକ ୩୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଝାରସୁଗୁଡ଼ାରୁ ୨୨ଜଣ, ଅନୁଗୁଳରୁ ୧୮ଜଣ, ସମ୍ବଲପୁରରୁ ୧୬ଜଣ, ପୁରୀରୁ ୧୫ଜଣ, କଟକରୁ ୧୪ଜଣ, ଖୋର୍ଧାରୁ ୧୨ଜଣ, ବାଲେଶ୍ବରରୁ ୯ଜଣ, ଯାଜପୁରରୁ ୯ଜଣ, ନୂଆପଡ଼ାରୁ ୯ଜଣ, ବରଗଡ଼ରୁ ୮ଜଣ, ବଲାଙ୍ଗୀରରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସେହିପରି ନୟାଗଡ଼ରୁ ୮ଜଣ, ମୟୁରଭଞ୍ଜରୁ ୫ଜଣ, ବୌଦ୍ଧରୁ ୩ଜଣ, କେନ୍ଦୁଝରରୁ ୩ଜଣ, ଭଦ୍ରକରୁ ୨ଜଣ, ଢ଼େଙ୍କାନାଳରୁ ୨ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୨ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, ଜଗତସିଂହପୁରରୁ ଜଣେ, କଳାହାଣ୍ଡିରୁ ଜଣେ, କୋରାପୁଟରୁ ଜଣେ, ସୋନପୁରରୁ ଜଣେ ଓ ‌ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜିର ସୁସ୍ଥଙ୍କୁ ମିଶାଇ  ରାଜ୍ୟରେ ସୁସ୍ଥ ସଂଖ୍ୟା ୩୩୦୭୫୭ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.