Below header

ଆଜି ରାଜଧାନୀ ଭୁବନେଶ୍ୱରରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୧ ଜଣ ହୋଇଛନ୍ତି ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜଧାନୀ ଭୁବନେଶ୍ୱରରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ। ଏଥିରୁ ୮୩ କ୍ବାରେଣ୍ଟାଇନରୁ ଓ ୨୩୮ ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ  ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା   ୨୫ ହଜାର ଅତିକ୍ରମ  କରିଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି। ସେହିଭଳି ଆଜି ଭୁବନେଶ୍ୱରରୁ  ୩୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କ ମଧ୍ୟରେ  ବରମୁଣ୍ଡା, ପୁରୁଣା ଭୁବନେଶ୍ୱର ଓ ଆଇଗଣିଆରୁ ଆଜି ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଶ୍ରୀ ବିହାର, ଭିଏସଏସ ନଗର, ନୟାପଲ୍ଲୀ, ବମିଖାଲରୁ ୪-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଲୋକାଲ  କଣ୍ଟାକ୍ଟ କେସରୁ ପଟିଆ, ରସୁଲଗଡ଼ରୁ ୧୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେେଳେ ପୁରୁଣା ଭୁବନେଶ୍ୱରରୁ ୧୨ ଜଣ, ଚନ୍ଦ୍ରଶେଖରପୁର, ବରମୁଣ୍ଡା ଓ ନୟାପଲ୍ଲୀରୁ ୭ ଜଣ ଲେଖାଏଁ, ସୁନ୍ଦରପଦାରୁ ୬ ଜଣ, ଡୁମଡୁମା, ଲକ୍ଷ୍ମୀସାଗର, ୟୁନିଟ-୮ରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.