Below header

ଆଜି ରାଜଧାନୀ ଭୁବନେଶ୍ୱରରୁ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ, ୩୭୩ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି  ରାଜଧାନୀ ଭୁବନେଶ୍ୱରରୁ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ  କ୍ବାରେଣ୍ଟାଇନରୁ ୧୨୦ ଜଣ ଓ  ଲୋକାଲ କଣ୍ଟାକ୍ଟ କେସରୁ ୨୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି    ଭୁବନେଶ୍ୱର ମହାନଗର ନିଗମ ।  ସେହିଭଳି ଆଜି ଭୁବନେଶ୍ବରରୁ ୩୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ଚକେଇଶିଆଣିରୁ, ୧୨ଜଣ ୟୁନିଟ-୮ରୁ, ୫ଜଣ କୋଳଥିଆରୁ, ୭ଜଣ ମଞ୍ଚେଶ୍ବରରୁ ଓ ୭ଜଣ ନୟାପଲ୍ଲୀରୁ, ୫ଜଣ ପଟିଆରୁ, ୫ଜଣ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ସେହିଭଳି ଲୋକାଲ କଣ୍ଟାକ୍ଟ  କେସରୁ ସର୍ବାଧିକ ଆକ୍ରାନ୍ତ ନୟାପଲ୍ଲୀରୁ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀରୁ ୧୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ରସୁଲଗଡ଼ରୁ ୧୨ଜଣ, ଝାରପଡ଼ାରୁ ୯ଜଣ, ଓଲଡଟାଉନରୁ ୧୧ଜଣ, ପଟିଆରୁ ୯ଜଣ, ଶୈଳେଶ୍ରୀ ବିହାରରୁ ୭ଜଣ, ସହିଦ ନଗରରୁ ୧୧ଜଣ  ଚିହ୍ନଟ ହୋଇଛନ୍ତି।

ଏହି ଆକ୍ରାନ୍ତମାନଙ୍କୁ  ମିଶାଇ ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ୧୯ ହଜାର ୮୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।   ଏଥିରୁ ୧୬ ହଜାର ୧୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩ ହଜାର ୬୮୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି  ଓ ୭୬ ଜଣଙ୍କର ମୁଣ୍ଡ ନେଇଛି  ଏହି କିଲର ଭାଇରସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.