Below header

ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ସୁସ୍ଥ ସଂଖ୍ୟା, ରାଜ୍ୟର ସର୍ବାଧିକ ୪୧୨୧ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଆଜି ସର୍ବାଧିକ ୪୧୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭୫୨ ଜଣ ଆକ୍ରାନ୍ତ  ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କୁ ମିଶାଇ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯ରେ ପହଞ୍ଚିଛି ବୋଲି ସ୍ବାସ୍ଥୟ ପରିବାର  କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି।

ସେହିଭଳି  କଟକ ଜିଲ୍ଲାରୁ ୪୪୦ ଜଣ  ପୁରୀ ଜିଲ୍ଲାରୁ ୨୭୫ ଜଣ, ଯାଜପୁର ଜିଲ୍ଲାରୁ ୨୭୨ ଜଣ, ନୂଆପଡ଼ା ଜିଲ୍ଲାରୁ ୨୬୮ ଜଣ, ଅନୁଗୁଳ ଜିଲ୍ଲାରୁ ୧୮୭ ଜଣ, ବରଗଡ଼ ଜିଲ୍ଲାରୁ ୧୮୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୫୦ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୨୬ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୨ ଜଣ, କୋରାପୁଟ ଜିଲ୍ଲାରୁ ୧୧୯ ଜଣ, ବାଲେଶ୍ୱରରୁ ୧୦୮, ବଲାଙ୍ଗୀର ଜିଲ୍ଳାରୁ ୧୦୮,ଗଞ୍ଜାମ ଜିଲ୍ଲାରୁ ୧୦୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।


ସେହିପରି ଜଗତସିଂହପୁର ଜିଲ୍ଲାରୁ ୯୭ ଜଣ, କେନ୍ଦୁଝର ଜିଲ୍ଲାରୁ ୮୩ ଜଣ, ବୌଦ୍ଧ ଜିଲ୍ଲାରୁ ୭୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୫ ଜଣ, କନ୍ଧମାଳ ଜିଲ୍ଲାରୁ ୬୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୪ ଜଣ, ଭଦ୍ରକ ଜିଲ୍ଲାରୁ ୬୨ ଜଣ, ରାୟଗଡ଼ା ଜିଲ୍ଲାରୁ ୬୧ ଜଣ, ସମ୍ବଲପୁର ଜିଲ୍ଲାରୁ ୬୦ ଜଣ, ନୟାଗଡ଼ ଜିଲ୍ଲାରୁ ୫୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୫୧ ଜଣ, ଗଜପତି ଜିଲ୍ଲାରୁ ୨୯ ଜଣ, ଦେବଗଡ଼ରୁ ୨୪, ନବରଙ୍ଗପୁର ଜିଲ୍ଲାରୁ ୨୪ ଜଣ, ମାଲକାନଗିରି ଜିଲ୍ଲାରୁ ୧୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବାର ଟ୍ବିଟ  ଯୋଗେ ସୂଚନା ଦେଇଛି ସ୍ବାସ୍ଥ ଓ ପରିବାର କଲ୍ୟାଣ  ବିଭାଗ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.