ସ୍ପୋର୍ଟସ ଡ୍ରାମା ଫିଲ୍ମ ପାଇଁ ୩୦ କୋଟି ଟଙ୍କା ଫିସ ନେବେ ଟାଇଗର ଶ୍ରଫ, ଏମିତି କରୁଛନ୍ତି ପ୍ରସ୍ତୁତି

ବଲିଉଡ ଅଭିନେତା ଟାଇଗର ଶ୍ରଫ ନିଜ ଆଗାମୀ ସ୍ପୋର୍ଟସ ଡ୍ରାମା ଫିଲ୍ମ ପାଇଁ ୩୦ କୋଟି ଟଙ୍କା ଫିସ ନେଇପାରନ୍ତି। ଟାଇଗର ଫିଲ୍ମ ‘ଗଣପତ’ରେ କାମ କରିବାକୁ ଯାଉଛନ୍ତି। କୁହାଯାଉଛି, ଏହି ଫିଲ୍ମରେ ସେ ଜଣେ ବକ୍ସରଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ବିକାଶ ବହଲ ଦେଉଥିବା ବେଳେ ଜ୍ୟାକି ଭଗନାନୀ ପ୍ରଯୋଜନା ଭାର ତୁଲାଇବେ।

vv

ଏହା ଏକ ନିଆରା ଫିଲ୍ମ ହେବ, ଯେଉଁଥିରେ ବକ୍ସିଙ୍ଗ ଏବଂ ମାର୍ଶାଲ ଆର୍ଟକୁ ଗୁରୁତ୍ୱ ଦିଆଯିବ। ଏହାସହିତ କାହାଣୀରେ ବାପା ଓ ପୁଅର ସମ୍ପର୍କକୁ ଦର୍ଶାଯିବ। କୁହାଯାଉଛି, ଏହି ଫିଲ୍ମ ପାଇଁ ଟାଇଗର ଲକଡାଉନରେ ବି ନିଜ ଫିଜିକ ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି। ସେ ଏମିତି ନିଜକୁ ପ୍ରସ୍ତୁତ କରୁଛନ୍ତି, ଯେପରି ଜଣେ ବକ୍ସରଙ୍କ ପରି ଦେଖାଯିବେ। ଏଥିରେ ବକ୍ସିଙ୍ଗର କେତେକ ମ୍ୟାଚ ମଧ୍ୟ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.