Below header

ଢେଙ୍କନାଳ: ମୁଖ୍ୟ ଡାକ୍ତରଖାନା ବାରଣ୍ଡାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ, ଫାର୍ମାସିଷ୍ଟଙ୍କୁ କାର୍ଯ୍ୟରୁ ଅବ୍ୟାହତି

ଢେଙ୍କାନାଳ(କେନ୍ୟୁଜ୍):  ହଜିଗଲା ମାନବିକତା ମରିଗଲା ମଣିଷ ପଣିଆ । ଗତକାଲି ଢେଙ୍କାନାଳ ହସ୍ପିଟାଲରେ କରୋନାର କରୁଣ ଚିତ୍ର ଦେଖିବାକୁ ମିଳିଛି । ସ୍ତ୍ରୀର ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ । ବାରମ୍ବାର ଆକୁଳ ନିବେଦନ କଲେ ବି ଶୁଣିଲେନି ହସ୍ପିଟାଲ କର୍ମଚାରୀ । ମୁଣ୍ଡ ବାଡେଇ ବାଡେଇ କାନ୍ଦୁଥିଲେ ବି ଶୁଣିବାକୁ କେହି ନାହିଁ। ସମସ୍ତେ ଯେପରି କରୋନା ପାଇଁ ହୋଇଯାଇଥିଲେ ବଧିର। ଦୀର୍ଘ ଏକଘଣ୍ଟାରୁ ଅଧିକ ସମୟ ଏପରି ଆକୁଳ ନିବେଦନ କଲା ପରେ ଶେଷରେ ସବୁଦିନ ପାଇଁ ଆଖି ବୁଜିଦେଲେ ସ୍ୱାମୀ।

କାଲି ବିଭିନ୍ନ ଗଣମାଧ୍ୟମରେ ଏଭଳି ଏକ ହୃଦୟ ବିଦାରକ ଘଟଣା ପ୍ରସାରଣ ପରେ ତାକୁ ନେଇ ଆରମ୍ଭ ହୋଇଛି ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା। ଏହି ଘଟଣାରେ ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ସିଡିଏମଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଜି ଘଟଣାରେ ଢେଙ୍କାନାଳ ଜିଲ୍ଲାପାଳ ଜଣେ ଫାର୍ମାସିଷ୍ଟ ଶୁଭଶ୍ରୀ ସାହୁଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି । ଏଥିସହ ସେଦିନ ଘଟଣା ସ୍ଥଳରେ ଉପସ୍ଥିତ ଡାକ୍ତରଙ୍କ ବିରୋଧରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି ।

dhenkanal2

୧୪ ତାରିଖ ଦିନ ସକାଳେ ଢେଙ୍କାନାଳ ଓଡାପଡା ବ୍ଲକ ନାଧରା ଗାଁର ଜଣେ ବ୍ୟକ୍ତିଙ୍କୁ  ନେଇ ଚିକିତ୍ସା ପାଇଁ ଢ଼େଙ୍କାନାଳ  ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ତାଙ୍କ ପତ୍ନୀ । ଥଣ୍ଡା ଜ୍ୱର ଥିବା ହେତୁ ତାଙ୍କୁ କୋଭିଡ ଆଣ୍ଟିଜେନ ଟେଷ୍ଟ କରିବାକୁ କୁହା ଯାଇଥିଲା । ଦୀର୍ଘ ଦୁଇଘଣ୍ଟା ଧରି ଅପେକ୍ଷା ପରେ ତାଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଥିଲା। କିନ୍ତୁ ରିପୋର୍ଟ ପଜିଟିଭ ଆସିବା ପରେ ହଠାତ ତାଙ୍କର ଦେହ ଅଧିକା ଖରାପ ହେବାରୁ ସେ ତଳେ ଖସି ପଡିଥିଲେ । ଆଉ ଏହା ପରେ ସାହାଯ୍ୟ ପରିବର୍ତ୍ତେ  ସମସ୍ତେ ଚୁପ ହୋଇଯାଇଥିଲେ। ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ କହିଛନ୍ତି ଆଣ୍ଟିଜେନ ଟେଷ୍ଟ ପରେ ତାଙ୍କର କୋରୋନା ପଜିଟିଭ ଆସିଥିଲା,  ପାଞ୍ଚ ମିନିଟ ଭିତରେ ସେ ତଳେ ଖସିପଡି ମୃତ୍ୟୁ ବରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.