ଜୀବିକା କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳର ଲୋକଙ୍କ ହାତକୁ ରୋଜଗାର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଗ୍ରାମାଞ୍ଚଳର ଲୋକମାନଙ୍କୁ ଆର୍ଥିକ ମାନ୍ଦା ଅବସ୍ଥାରୁ ସୁରକ୍ଷିତ ରଖିବାକୁ କାର୍ଯ୍ୟକ୍ରମ ଜୋରଦାର କରାଯିବ। ଏହାସହ ଭୁବନେଶ୍ଵର-କଟକରେ କୋଭିଡ ନିୟମ ପାଳନର ତତ୍ତ୍ୱାବଧାନ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଥିଲେ। କହିଥିଲେ,MGNREGS ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ ରୋଜଗାର ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉ।

ସେହିପରି କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ୍‌ ଭାବରେ କାର୍ଯ୍ୟ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟର ଅନ୍ୟ ଅଂଚଳରେ କୋଭିଡ୍‌ ନିୟମ ପାଳନ ସନ୍ତୋଷ ଜନକ ଥିବା ବେଳେ ଭୁବନେଶ୍ୱର-କଟକ କମିଶନରେଟ ଅଂଚଳରେ ସେତେଟା ଉତ୍ସାହ ଜନକ ନାହିଁ। ତେଣୁ ଟ୍ଵିନ୍‌ ସିଟିରେ କୋଭିଡ୍‌ ନିୟମ କାର୍ଯ୍ୟକାରୀତାରେ ପୋଲିସ ଡିଜି ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.