ଆଜି ରାଜ୍ୟରେ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ଆକ୍ରାନ୍ତଙ୍କ ଜୀବନ ଗଲା

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ୩୭୩ ଓ ଲୋକାଲ କଣ୍ଟାକ୍ଟ  କେସରୁ ୨୬୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି।  ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ୪୦, ବାଲେଶ୍ବରର ୨୧, ବରଗଡର ୨୭, ଭଦ୍ରକର ୭, ବଲାଙ୍ଗିରର ୨୩, ବୌଦ୍ଧର ୪ କଟକର ୩୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ସେହିଭଳି ଦେବଗଡର ୫, ଢେଙ୍କାନାଳର ୧୧, ଗଞ୍ଜାମର ୮, ଜଗତସିଂହପୁରର ୫୦,ଯାଜପୁରର ୨୯, ଝାରସୁଗୁଡାର ୨୩, କଳାହାଣ୍ଡିର ୨୧, କନ୍ଧମାଳର ୩, କେନ୍ଦ୍ରାପଡାର ୩୩, କେନ୍ଦୁଝରର ୩୧, ଖୋର୍ଦ୍ଧାର ୭୦,କୋରାପୁଟର ୯,ମାଲକାନଗିରିର ୪, ମୟୂରଭଞ୍ଜର ୬୫, ନବରଙ୍ଗପୁରର ୧୩, ନୟାଗଡର ୫, ନୂଆପଡାର ୪, ପୁରୀର ୯, ରାୟଗଡାର ୧, ସୁନ୍ଦରଗଡର ୪୬, ଷ୍ଟେଟପୁଲରୁ ୧୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି  ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ଆକ୍ରାନ୍ତମାନଙ୍କୁ  ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୪୯୦୮ରେ ପହଞ୍ଚିଛି।

ସେହିଭଳି ୨୪ ଘଣ୍ଟାରେ ରାଜ୍ୟରେ  ୧୫ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ପରିବାର କଲ୍ୟାଣ  ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.