ରାଜ୍ୟରେ ଆଜି ୮୬୪ କରୋନା ଆକ୍ରାନ୍ତ ସୁସ୍ଥ, ସୁସ୍ଥ ସଂଖ୍ୟା ପହଞ୍ଚିଲି ୧୬,୭୯୨ରେ

କେନ୍ୟୁଜ୍(ବ୍ୟୁରୋ):ଆଶ୍ବସ୍ତିକର  ଖବର।  ରାଜ୍ୟରେ ଆଜି ୮୬୪ କରୋନା ଆକ୍ରାନ୍ତ ସୁସ୍ଥ। ୨୪ ଘଣ୍ଟାରେ କରୋନାରୁ ଏତେ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଛି ୧୬,୭୯୨ରେ । ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୪୩୨, ରାୟଗଡାର ୧୩୭, ବରଗଡର ୩୧, ଖୋର୍ଦ୍ଧାର ୨୮, କଟକର ୨୬, କେନ୍ଦୁଝରର ୨୬, ଭଦ୍ରକର ୨୩, ମୟୂରଭଞ୍ଜର ୨୨, ଯାଜପୁରର ୧୯, କନ୍ଧମାଳର ୧୫, ଗଜପତିର ୧୪, ସମ୍ବଲପୁରର ୧୪, ଜଗତସିଂହପୁରର ୧୨, ଡେଙ୍କାନାଳର ୧୦, ସୁନ୍ଦରଗଡର ୧୦, ନୟାଗଡର ୭, ବାଲେଶ୍ବର, କେନ୍ଦ୍ରାପଡା ଓ ମାଲକାନଗିରିରୁ ୬ ଜଣ  ଲଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଝାରସୁଗୁଡା ଓ କୋରାପୁଟରୁ ୫ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ବଳାଙ୍ଗିରରୁ ୪, ପୁରୀରୁ ୩ ବୌଦ୍ଧରୁ୨ ସୋନପୁରରୁ ଜଣେ କରୋନାକୁ  ମାତ୍ ଦେଇ ଆରେଗ୍ୟ ଲାଭ କରିଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

Leave A Reply

Your email address will not be published.